

ବ୍ରହ୍ମପୁର/ବେଗୁନିଆପଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ପଞ୍ଚାୟତ ସଭାଗୃହ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟଙ୍କ ନିମନ୍ତେ ଏକ ଦକ୍ଷତା ବୃଦ୍ଧି ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ଆୟୁଷ ବିଭାଗ ଡାକ୍ତର ସଞ୍ଜୟ କୁମାର ସାହୁ, ଏ.ଏନ୍ଏ.ମ୍ ସିନେମା ନାଥ, ଚିଙ୍ଗୁଡ଼ିଖୋଲ ସରପଞ୍ଚ ପ୍ରତିନିଧି, ଅଙ୍ଗନୱାଡି କର୍ମୀ, ଆଶାକର୍ମୀଙ୍କ ସହ ବିଭିନ୍ନ ସ୍ଵେଚ୍ଛାସେବୀ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା