
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ଗୁରୁବାର ଦିନ ଶିଶୁ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଜଳେଶ୍ୱର ଜିକେଭଟ୍ଟର ଡାକ୍ତରଖାନା ଭଂଗାରୁଜା କରାଯାଇଥିଲା । ଏଥିରେ ଡାକ୍ତରଖାନାର ବହୁ ଆସବାପତ୍ର ନଷ୍ଟ ହେବା ସହିତ ଇନ୍ଚାର୍ଜ ଡା ଗଣେଶ ପାଳଙ୍କ ବାସଭବନ ମଧ୍ୟ ଭଂଗାରୁଜା କରାଯାଇଥିଲା । ଫଳରେ ଜଳେଶ୍ୱର ପୁଲିସ୍ ପକ୍ଷରୁ ଏକ ମାମଲା ଦାୟାର କରାଯାଇଥିଲା ବେଳେ ଡା. ଗଣେଶ ଚନ୍ଦ୍ର ପାଳ ମଧ୍ୟ ଅନ୍ୟଏକ ମାମଲା ରୁଜୁ କରିଥିଲେ । ମୃତ ବାଳକର ବାପା ମଧ୍ୟ ଅନ୍ୟଏକ ମାମଲାରୁଜୁ କରିବା ପରେ ଜଳେଶ୍ୱର ପୋଲିସ୍ ୬ଜଣ ଅଭିଯୁକ୍ତଙ୍କୁ ଗୀରଫ କରିବା ପରେ ଆଜି ଅନ୍ୟ ଜଣେ ଝାଡେଶ୍ୱରପୁର ନିବାସୀ ସେକ୍ ଆଜି ଜଣକୁ ଗିରଫ କରିବାରେ ସଫଳ ହୋଇଛି । ଫଳରେ ଗିରଫ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା