

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ମ୍ୟୁନିସିପାଲଟି ପୌରପାଳିକାର ଜୟ ଜଗନ୍ନାଥ (ୟୁ.ଡବ୍ଲୁ) ଗ୍ରୁପ୍ ଜିକେଭଟ୍ଟର ହସ୍ପିଟାଲ ପରିସରକୁ ପରିସ୍କାର ପରିଛନ୍ନ କରାଇଥିଲେ । ଏହି ଗୋଷ୍ଠିର ସମାପତି ରେବତୀ ପାଠୀ, ସଂପାଦିକା ପ୍ରମିତା ମହାନ୍ତି, ଜ୍ୟୋସ୍ନାରାଣୀ ଜେନା, ନମିତା ମିର୍ଦ୍ଧା, ମିନତୀ ପରିଡା, ସୁପ୍ରିୟା ଦତ୍ତ, ରେଖାରାଣୀ ବ୍ରହ୍ମ, ମାହେଶ୍ୱରୀ ଦେବୀ, ସସ୍ମିତା ଚନ୍ଦ, ବିମଳା ବ୍ରହ୍ମ ପ୍ରମୁଖ ଜିକେଭଟ୍ଟର ହସ୍ପିଟାଲ ପରିସରରେ ସବୁସ୍ଥାନରେ ପରିସ୍କାର ପରିଛନ୍ନ କରିଥିଲେ । ସହରକୁୁ ଉନ୍ନତି ଲାଗି ପ୍ରତ୍ୟେକ ବ୍ୟକ୍ତିର କର୍ତ୍ତବ୍ୟ ରହିଛି ଓ ଏଥିଲାଗି ସମସ୍ତେ ସଚେତନା ହେବା ଉଚିତ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର, ସିଇଓ ଜ୍ୟେସ୍ନାରାଣୀ ପତି , ପ୍ରତିପ ପ୍ରଧାନ, ବିଜୟ କାମିଳା, ଚନ୍ଦନ ଦାସ, ଅର୍ଚନା ଗିରି, ଚିତ୍ତରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।