
ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଭିନ୍ନ ସମୟରେ ଜଳେଶ୍ୱର ପୌରଞ୍ଚଳର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ମନ୍ଥର ଗତିଯୋଗୁଁ ତାହା ଶେଷ ହୋଇନାହିଁ । ଆଜି ଜିଲାପାଳଙ୍କ ସମୀକ୍ଷା ବୈଠକକୁ ବହୁ ଠିକାଦାର ଆସିନଥିବାରୁ ଏବଂ ନିର୍ଦ୍ଦିଷ୍ଟ ସମରେ କାର୍ଯ୍ୟ ଶେଷ ହେଉନଥିବାରୁ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ଅପରାହ୍ନରେ ଜିଲାପାଳ ପୌରକାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା କାର୍ଯ୍ୟ କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ର, ତହସିଲଦାର ସ୍ମୃତିରଂଜନ ମଲ୍ଲିକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୀପ୍ତିରଂଜନ ସେଠୀ ଉପସ୍ଥିତ ଥିଲେ । କେତେକ ବଡବଡ କାର୍ଯ୍ୟର ଠିକାଦାରମାନେ ଆସିନଥିବା ବେଳେ ଅନ୍ୟ କେତେକ ଯୋଗ ଦେଇଥିଲେ ମଧ୍ୟ କାର୍ଯ୍ୟର ଅଗ୍ରଗତୀ ହେଉନଥିବାରୁ ଅତିଶୀଘ୍ର ଶେଷ କରିବାକୁ କେ ସୁଦର୍ଶନ ଚକ୍ରବର୍ତ୍ତୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ମାଣ କାର୍ଯ୍ୟାର ବାଲି ଏକ ସମସ୍ୟା ହୋଇଥିବାରୁ ଏଣିକି ଠିକାଦାରମାନେ କାର୍ଯ୍ୟାଦେଶର ଏକ ନକଲ ଓ କାର୍ଯ୍ୟ କରିବାକୁ ଥିବା ଯାନଗୁଡିକର ପଂଜିକୃତ ନମ୍ବର ଲେଖି ତହସିଲଦାରଙ୍କୁ ଆବେଦନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଭୂପତି ପରିଡା