ଜିଲାର ୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରିଟଙ୍କା ପାଇନାହାନ୍ତି : ଋଷିକୁଲ୍ୟା ରୟତ ମହାସଭା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲାରେ ଧାନର ଅଭାବି ବିକ୍ରି ଲାଗି ରହିଛି । ପୁଣି ଅଦିନିଆ ବର୍ଷା ଚାଷୀଙ୍କ ବେଡ଼ି ଉପରେ କରଡ଼ାମାଡ଼ ସଦୃଶ ହୋଇଛି । ଜିଲାରେ ଆଜିସୁଦ୍ଧା ୭୫,୫୦୦ ଜଣ ଚାଷୀଙ୍କର ଧାନ କିଣା ହୋଇଛି । ଧାନ କିଣା ହେବାର ୩ ମାସ ସରିଲାଣି । ଆଉ ମାତ୍ର ୨୩ ଦିନ ପରେ ଧାନ କିଣା ବନ୍ଦ ହେବ । ଆଉ ୬୪ ହଜାର ଚାଷୀଙ୍କର ଧାନ କେବେ କିଣା ହେବ ବୋଲିଚାଷୀ ନେତାମାନେ ସନ୍ଦେହ ପ୍ରକାଶ କରିଛନ୍ତି । ବର୍ତ୍ତମାନକୁ ପଞ୍ଜିକୃତ ୧୫ ହଜାରରୁ ଅଧିକ ଚାଷୀ ଟୋକେନ ଆସିବାର ବିଳମ୍ବରୁଆନ୍ଧ୍ର ବେପାରୀଙ୍କ ୭୭ କେଜିକୁ ୧୦୫୦ ଟଙ୍କାରେ ବିକ୍ରି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଲେ । ଜିଲାରେ ୩ ଜଣ ଚାଷୀ ଧାନ ଚାଷକରୁଥିବା ବେଳେ ଚଳିତ ବର୍ଷ ମାତ୍ର ୧,୩.୪୦୦ ଚାଷୀ ପଞ୍ଜିକରଣ କରିଛନ୍ତି । ଆଉ ୧ ଲକ୍ଷରୁ ଅଧିକ ଛୋଟ ଚାଷୀ ଓ ଭାଗଚାଷୀମାନେଆନ୍ଧ୍ର ବେପାରୀଙ୍କୁ କମ ଦରରେ ବିକ୍ରି କରି କୋଟି କୋଟି ଟଙ୍କା କ୍ଷତି ସହିଲେ । ଚାଷୀମାନେ ଧାନ ଅମଳ କରି ୪ ମାସ ରଖିବା ପାଇଁ ଜାଗା ନାହିଁକି ଧର୍ଯ୍ୟ ନାହିଁ । ଯେହେତୁ ଚାଷୀମାନେ ଧାନ ବିକିଲେ ବର୍ଷସାରାର ଖର୍ଚ୍ଚ ଲାଜମହତ କରିବେ । ଧାନଚାଷ ହିଁଏକମାତ୍ର ରୋଜଗାର ପନ୍ଥା । ନଚେତ ଦାଦନ ଯିବା ରାସ୍ତା । ତାହାଛଡ଼ା ଗଞ୍ଜାମ ଜିଲା ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିକଳ୍ପ କିଛି ନାହିଁ । ଚଳିତ ବର୍ଷ ଟୋକେନ ପଦ୍ଧତି ଓ ଆଇରିସ ସିଷ୍ଟମ ହେବା ଫଳରେ ଚାଷୀ ଧାନ କିଣିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ପ୍ରତିଦିନ ଶହ ଶହ ଚାଷୀ ସମବାୟ, ଯୋଗାଣ ଅଧିକାରୀ ଓ ଜିଲାପାଳ ଅଫିସ ଧାଇଁ ଧାଇଁ ହତାଶ ହେଉଛନ୍ତି । ଧାନକିଣା ନିୟମ ଅନୁଯାୟୀ ଜଣେ ଚାଷୀଙ୍କୁ ଧାନ ବିକିବା ପାଇଁ ୩ ଥର ସୁଯୋଗ ଦେବା କଥା । ମାତ୍ର ଗତ ଅଦିନିଆ ବର୍ଷା ହେବାରୁ ଟୋକେନ ପାଇଥିବା ୫ ହଜାରରୁ ଅଧିକ ଚାଷୀଙ୍କ ଧାନ ସୋସାଇଟି ଜରିଆରେ ମିଲର ନେଇଗଲା । ଗତ ୫ ତାରିଖ ଠାରୁ ୫ ହଜାରରୁଅଧିକ ଚାଷୀଙ୍କ ଧାନ ମିଲର ଉଠେଇ ନେଇଛନ୍ତି । ମାତ୍ର ତାଙ୍କର ଟୋକେନ ଅବଧି ସରିଯିବାରୁ ଆଇରିସ ହୋଇନାହିଁ । ଫଳରେଏହି ଚାଷୀମାନେ ଟଙ୍କା ପାଇନାହାନ୍ତି ବୋଲି ଋଷିକୁଲ୍ୟା ରୟତ ମହାସଭାର ସଭାପତି ତି୍ରନାଥ ବିଶ୍ୱାଳ, ସମ୍ପାଦକ ସୀମାଞ୍ଚଳନାହାକ, ଉପଦେଷ୍ଟା ରବି ରଥ ଅଭିଯୋଗ କରିଛନ୍ତି । ସେମାନେ ଜିଲାପାଳ ଓ ଡିଏସଓ, ଡିଆରସିଏସ ଏବଂ ବିଧାୟକଙ୍କୁଜଣାଇଲେ ସୁଦ୍ଧା ତାଙ୍କ ଟଙ୍କା ମିଳୁନାହିଁ । ଜିଲା ପ୍ରଶାସନ ଓ ଯୋଗାଣ ବିଭାଗ ଚେଇଁ ଶୋଇଛି । ସତରେ ମୋ ସରକାର କି ୫-ଟି ଗଞ୍ଜାମରେ କାମ କରୁନାହିଁ । ଜିଲାପାଳ ଯୋଗାଣ ମନ୍ତ୍ରୀଙ୍କ କଥାକୁ ଖାତିର କରୁନାହାନ୍ତି । ପୁଣି ବର୍ଷା ଯୋଗୁଁ ମିଲର ଧାନ ନନେବାରୁ ୧୦ ହଜାରରୁ ଅଧିକ ଚାଷୀଙ୍କ ଧାନ ନଷ୍ଟ ହେବା ଆଶଙ୍କା ରହିଛି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂଗଠନ ପକ୍ଷରୁ ରାଜ୍ୟପାଳ, ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ଦିଗରେ ପଦକ୍ଷେପ ନ ନେଲେ ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଋଷିକୁଲ୍ୟାରୟତ ମହାସଭାର କର୍ମକର୍ତ୍ତାମାନେ ଚେତାବନୀ ମଧ୍ୟ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା