


ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ୬୯ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ପ୍ରୀତି ସାହୁଙ୍କ ନେତୃତ୍ୱରେ ଆୟୋଜନ ହୋଇଥିଲା ଜନସମ୍ପର୍କ ପଦଯାତ୍ରା l ଏହି ପଦଯାତ୍ରା ଧୋବାଡି ପଞ୍ଚାୟତଠାରୁ ବାହାରି ପାଟପୁରୁ, ଶିଖରପୁର, ଓ ଭାବନ୍ଧ ଗ୍ରାମପଞ୍ଚାୟତ ଯାଏଁ ଯାଇଥିଲା l ଏଥିରେ ପ୍ରିତିସାହୁଙ୍କ ନେତୃତ୍ୱକୁ ସେ ବିପୁଳ ଲୋକପ୍ରିୟତା ପାଇଥିବା ଦେଖିବାକୁ ମିଳିଥିଲା l ସେ ଏହି ଶୋଭାଯାତ୍ରାରେ ବିପୁଳ ସମର୍ଥନ ପାଇଥିଲେ l ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, କୃଷି ବିପର୍ନ ଓଡ଼ିଶାର ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ଓଆରହେଚଡିସି ଅଧକ୍ଷ ଡି ବିଶ୍ଵନାଥ, ଗଞ୍ଜାମ ଜିଲ୍ଲା ଗ୍ରିଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ରାଜ୍ୟ ବିଜେଡି ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ବି ଗୀତାଞ୍ଜଳୀ, ହିଞ୍ଜିଳିକାଟୁ ବ୍ଲକ୍ ଉପାଅଧକ୍ଷ ସୁନିଲ୍ ଗନ୍ତାୟତଙ୍କ ସମେତ ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ମହିଳାମାନେ ଯୋଗ ଦେଇଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ