

ଛତ୍ରପୁର (ସମୃଦ୍ଧ ଓଡିଶା) ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟରତ ସାଉଥକୋ ମିଟର ରିଡରମାନଙ୍କ ପ୍ରତି ସରକାର ଅଣଦେଖା କରୁଥିବା ଅଭିଯୋଗ କରି ସାଉଥକୋ ମିଟର ରିଡର କର୍ମଚାରୀ (ଆସିକା) ସଂଘର ସମସ୍ତ କର୍ମଚାରୀମାନେ ଆଜି ଗଂଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ, ଆମ୍ଭେମାନେ ଦୀର୍ଘ ୧୫ବର୍ଷ ଧରି ବିଭିନ୍ନ ଠିକା ସଂସ୍ଥା ଅଧିନରେ ରହି ସାଉଥକୋ ୟୂଟିଲିଟିର ମିଟର ବିଲ୍ ପ୍ରସ୍ତୁତ ଓ ବଣ୍ଟନ କାର୍ଯ୍ୟରେ ନିୟୋଜିତ ରହି ସାଉଥକୋ ୟୂଟିଲିଟିର ବିଲ୍ ବଣ୍ଟନ କାର୍ଯ୍ୟକୁ ସୂଚାରୁ ରୂପେ କରିଆସୁଅଛୁ । କିନ୍ତୁ ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ ଉକ୍ତ ମିଟର ରିଡିଙ୍ଗ କାର୍ଯ୍ୟକୁ ସ୍ୱୟଂ ସହାୟକ (ଏସଏଚଜି)କୁ ପ୍ରଦାନ ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଉଛୁ । ଏହା କାର୍ଯ୍ୟକାରୀ କରିବା ଦ୍ୱାରା ଆମ୍ଭେ ସାଉଥକୋ ୟୂଟିଲିଟିରେ କାର୍ଯ୍ୟରତ ପ୍ରାୟ ୧୪୦୦ ମିଟର ରିଡର ରହିଛୁ ଆମ୍ଭମାନଙ୍କ ସହ ଆମ ପରିବାର ବହୁ ଅସୁବିଧାର ସମ୍ମୁଖୀନ ହେବୁ । କାରଣ, ଆମ୍ଭେ ଓ ଆମ୍ଭର ପରିବାର ଉକ୍ତ ସାଉଥକୋ ୟୂଟିଲିଟିର ମିଟର ରିଡିଙ୍ଗ କାର୍ଯ୍ୟ ଉପରେ ସଂପୂଣ୍ଣ ନିର୍ଭର କରି ନିଜର ପରିବାର ପ୍ରତି ପୋଷଣ କରିଆସୁଛୁ । ତେଣୁ ସେମାନେ ଲିଖିତ ଆକାରରେ ଜଣାଇଛନ୍ତି ଯେ ଆମ୍ଭମାନଙ୍କୁ ଅଣଦେଖା ନକରି ଉପଯୁକ୍ତ ନ୍ୟାୟ ସମ୍ମତ ନିଷ୍ପତି ପ୍ରଦାନ କରନ୍ତୁ । ଏହା ହେଉଛି ସାଉଥକୋ ମିଟର ରିଡର କର୍ମଚାରୀ (ଆସିକା) ସଂଘର ଦାବୀ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା