

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରି ଖମାର କ୍ୱାରେଣ୍ଟାଇନ କେନ୍ଦ୍ରକୁ ବୁଲି ଦେଖିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶ୍ରୀ କୁଲାଙ୍ଗେ ଏହି କ୍ୱାରେଣ୍ଟାଇନ କେନ୍ଦ୍ରର ପ୍ରବାସୀମାନେ ଶୁକ୍ରବାର ୧୪ଦିନ ପୁରୁ ଥିବାବେଳେ ସମସ୍ତ କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କୁ ୧୦୦୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ନିଜ ଘରେ ଆଉ ୭ଦିନ ରହି ଭଲ ଭାବରେ ନିୟମ ମାନି ଚଳିଲେ ବଳକା ୧୦୦୦ଟଙ୍କା ନିଜ ପଞ୍ଚାୟତର ସରପଞ୍ଚ ପ୍ରଦାନ କରିବେ ବୋଲି ବିଡ଼ିଓ ସୁରଞ୍ଜନ କୁମାର ସାହୁ କହିଥିଲେ । ଏହି ପ୍ରଦାନ ସମୟରେ ତହସିଲଦାର ଡ଼.ଦୟାସିନ୍ଧୁ ପରିଡା, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ବରିଷ୍ଠ ବିଜେଡ଼ି ନେତା ହୃଷିକେଶ ପାଢ଼ୀ, ଗ୍ରାମ ସେବକ ଜି.ରବିକୁମାର, ସରପଞ୍ଚ ଗୋଲାପ ପ୍ରଧାନ, ସମିତିସଭ୍ୟ କାଳୁ ଗୌଡ଼ ପ୍ରମୁଖଙ୍କ ଉପସ୍ଥିତରେ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । କ୍ୱାରେଣ୍ଟାଇନ ସହାୟତା ବଣ୍ଟନ ସମୟରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପ୍ରବାସୀମାନେ ନିଜ ଘରେ ସାମାଜିକ ଦୂରତା ରକ୍ଷା କରି ରୁହନ୍ତୁ । ଭଲ ଭାବରେ ସାନିଟାଇଜରେ ହାତ ଧୁଅନ୍ତୁ । ସାମାଜିକ ଦୂରତାରେ ରହି ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

