ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନ ଛତ୍ରପୁର ବ୍ଲକ ପରିଦର୍ଶନ କରି କାର୍ଯ୍ୟାଳୟ ପରିସରରେ ଚାଲିଥିବା କାଳିଆ ଯୋଜନାର ଡ଼ାଟା ବେସ୍ କାର୍ଯ୍ୟକ୍ରମର ନିରୀକ୍ଷଣ କରିଥିଲେ । ଏହା ସହ ଏହାର ଅଗ୍ରଗତି ସମ୍ବନ୍ଧୀୟ ଡ଼ାଟା ଅପରେଟରମାନଙ୍କ ସହିତ ଆଲୋଚନା କରିଥିଲେ । ଛତ୍ରପୁର ବ୍ଲକର ୧୮ ଟି ପଂଚାୟତରେ କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୧ହଜାର ହିତାଧିକାରୀ ଆବେଦନ କରିଛନ୍ତି । ସେଥିରୁ ୩୬୭୦ ଯାଂଚ ହୋଇଛି । ଏହା ସହ ୨୫୪୦ ଟି ଗ୍ରୀନ୍ ଫର୍ମ ସଂପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି । ବଳକା ଫର୍ମର କାର୍ଯ୍ୟକ୍ରମ ଚାଲିଛି । ଜିଲ୍ଲାପାଳ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ରମର ତଦାରଖ କରିବା ସହ କାଳିଆ ଯୋଜନାରେ ପ୍ରକୃତ ହିତାଧିକାରୀମାନେ କିପରି ଲାଭ ପାଇବେ ସେନେଇ ପରାମର୍ଶ ଦେଇଥିଲେ । ଛତ୍ରପୁର ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ନିରଞ୍ଜନ ପଣ୍ଡା, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶାଙ୍କ ଶେଖର ପାଢୀ, ହେଡ଼ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମଲ୍ଲିକ, ବ୍ଲକ କମ୍ପ୍ୟୁଟର ପ୍ରୋଗ୍ରାମ ଅଫିସ ର ସୁଶୀଲ କୁମାର ପାତ୍ର, ବ୍ଲକ କୃଷି ବିଭାଗର ବ୍ଲକ ନୋଡ଼ାଲ୍ ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ନୋଡ଼ାଲ୍ ଅଧିକାରୀ ଅମ୍ବିକା ପ୍ରସାଦ ମିଶ୍ର, ସେକ୍ଟର ଅଧିକାରୀ ହର ପ୍ରସାଦ ରଥ, ଗ୍ରାମ ପଂଚାୟତ ନୋଡ଼ାଲ୍ ଅଧିକାରୀ ଦୁର୍ଗା ପ୍ରସାଦ ପ୍ରଧାନଙ୍କ ସମେତ ଡ଼ାଟା ଅପରେଟରମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା