ଜିଲ୍ଲାପାଳଙ୍କ ଦ୍ଵାରା ଭ୍ରାମ୍ୟମାଣ ଏ.ଟି.ଏମ ସେବା ଉଦଘାଟିତ ହେଲା ବିପନ୍ନଙ୍କ ପାଇଁ ସୁବିଧା ହେବ !

ଛତ୍ରପୁର.(ନିମାଇଁ ଚରଣ ପଣ୍ଡା)ଗତ ପନ୍ଦର ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ଦ୍ଵାରା ଭ୍ରାମ୍ୟମାଣ ଏ.ଟି.ଏମ ସେବା ଉଦଘାଟିତ ହୋଇଅଛି  ।  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହାକୁ ଉଦଘାଟନ ଅବସରରେ ଆନ୍ଧ୍ର ବ୍ୟାଙ୍କର ଡେପୁଟୀ ଜେନେରାଲ ମ୍ୟାନେଜର ଭୁବନେଶ୍ଵର ନାୟକ, ଲିଡ଼ ଡିଷ୍ଟ୍ରିକ୍ଟ ମ୍ୟାନେଜର ସୁରେନ୍ଦ୍ର କୁମାର ଚୌଧୁରୀ, ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ତାଲିମ ଅନୁଷ୍ଠାନର ନିର୍ଦ୍ଦେଶକ ସୁରେଶ ପାଣିଗ୍ରାହୀ, ଆନ୍ଧ୍ର ବ୍ୟାଙ୍କର ଫାଇନାନସିଆଲ ଲିଟେରାସି ସଂଯୋଜକ ରାମନାଥ ପଣ୍ଡା ପ୍ରଭୃତି ଉପସ୍ଥିତ ଥିଲେ । ଭ୍ରାମ୍ୟମାଣ ଏ.ଟି.ଏମ ସେବା ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ର ବ୍ୟାଙ୍କ ଦ୍ଵାରା ପ୍ରଥମ କରି କାର୍ଯ୍ୟକାରୀ ହେଉଛି । ଏକ ମୋଟର ଗାଡ଼ିରେ ଏ.ଟି.ଏମ ମେସିନ ସଂଯୋଗ କରାଯାଇଛି । ଯେକୌଣସି ସ୍ଥାନରେ ଯେକୌଣସି ପରିସ୍ଥିତିରେ ଏଥିରୁ ଟଙ୍କା ଉଠାଣ ହୋଇପାରିବ । ଗୋଟିଏ ଦିନରେ ୪୦୦୦ଟଙ୍କା ପର୍ଯ୍ୟନ୍ତ ଉଠାଯାଇ ପାରିବ । ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରପିଡିତ ଆସ୍କା ଏବଂ ପୁରୁଷୋତ୍ତମପୁର ଅଞ୍ଚଳରେ ଏହା ସେବା ଯୋଗାଇଦେଵ ।  ପୁର୍ବାହ୍ନ ୯ ଘଣ୍ଟା ଠାରୁ ଅପରାହ୍ନ ୬ ଘଣ୍ଟା ପର୍ଯ୍ୟନ୍ତ ଟଙ୍କା ଉଠାଣ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଯେଉଁ ସବୁ ସ୍ଥାନରେ ବ୍ୟାଙ୍କ ଏ.ଟି.ଏମ ମେସିନ ବନ୍ୟା ଦ୍ଵାରା କ୍ଷତିଗ୍ରସ୍ତ ସେହି ସବୁ ଅଞ୍ଚଳରେ ଏହା କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।