ଛତ୍ରପୁର (ସମୃଦ୍ଧ ଓଡିଶା) ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ପୋଲିସ ଆକ୍ଟର ୩୦ ଧାରା ଲାଗୁ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ଏହି ଧାରା ଲାଗୁ କରିଛନ୍ତି । ଗତକାଲି ସନ୍ଧ୍ୟାରେ ଏ ନେଇ ପ୍ରଶାସନ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଧାରା ୩୦ ଅନୁସାରେ ସଭା କିମ୍ବା ରାଲି ପାଇଁ ୭୨ ଘଣ୍ଟା ପୂର୍ବରୁ ସ୍ଥାନୀୟ ଏସଡିପିଓ ଓ ଥାନା ଆଇଆଇସିଙ୍କଠାରୁ ଅନୁମତି ନେବାକୁ ପଡିବ । ସଭା ଆୟୋଜନ ପାଇଁ ସ୍ଥାନ, ସମୟ ସଭାର ଉଦ୍ଦେଶ୍ୟ ତଥା ବକ୍ତାମାନଙ୍କ ବିବରଣୀ ଦେବାକୁ ପଡିବ । ସେହିପରି ରାଲି କେଉଁ ବାଟ ଦେଇ ଯିବ, କେତେଜଣ ଅଂଶ ଗ୍ରହଣ କରିବେ ସେ ସମ୍ପର୍କରେ ସବିଶେଷ ବିବରଣୀ ଦେବାକୁ ପଡିବ । ଏହା ଜୁନ ୭ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା