
ରଙ୍ଗେଇଲୁଣ୍ଡା (ସମୃଦ୍ଧ ଓଡିଶା) ଶିକ୍ଷକଭାବେ କାର୍ଯ୍ୟ କରି ଆଇଏଏସ ପାଇଥିବା ଛାତ୍ରାବତ୍ସଳ ଗଞ୍ଜାମ ଜିଲ୍ଲାପାଳଙ୍କ ସରଳତାର ସୁଯୋଗ ନେଇ ଶିକ୍ଷାବିଭାଗରେ ଚରମ ଅବହେଳା ଦେଖାଦେଇଛି । ରଙ୍ଗେଇଲୁଣ୍ଡା ବ୍ଲକ ନୂଆ ଗୋଳାବନ୍ଧ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୌନ୍ଦର୍ଯ୍ୟକରଣ ସକାଶେ ଆସୁଥିବା ଅନୁଦାନ ଅର୍ଥ ହରିଲୁଟର ଅଭିଯୋଗ ହୋଇଛି । ସୌନ୍ଦର୍ଯ୍ୟକରଣ ନ ହୋଇ ଅନୁଦାନ ଖର୍ଚ୍ଚ ହୋଇଥିବା ନେଇ ସମସ୍ତଙ୍କୁ ଚକିତ କରିଛି । ଏହି ପ୍ରାଥମିକ ବିଦ୍ୟାଳୟରେ ଏହି ଦାଇତ୍ୱରେ ଥିବା ଶିକ୍ଷକ ଡି ଅଶୋକ ୮ମାସ ହେବ ସ୍ୱର୍ଗାରୋହଣ କଲେଣି, ଡି. ଲକ୍ଷ୍ମଣ ରାଓ ବର୍ଷେ ହେଲା ବଦଳି ହେଲେଣି, ମାମା ସାହୁ ବର୍ଷେ ହେବ ବଦଳି ହେଲେଣି ଅନୁଦାନ ଆସି ଖର୍ଚ୍ଚ ହୋଇଛି କେମିତି ସେ ନେଇ ଏବେ ଚର୍ଚ୍ଚା ଚାଲିଛି । ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ସକାଶେ ଆସୁଥିବା ଅନୁଦାନର ବଳକା କିନ୍ତୁ ଶୂନ । ଅନୁଦାନ ଯେଉଁଥିପାଇଁ ଆସିଥିଲା ତାହା ହେଉଛି …ସୂଚନା ଫଳକରେ ଲେଖିବା କିନ୍ତୁ ସବୁ ସୂଚନା ଫଳକ ପଡିଛି ଖାଲି,..ମୃତ୍ୟୁ ବରଣ କରିଥିବା ଶିକ୍ଷକ, ବଦଳି ହୋଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ନାମ ଆଜକୁ ବର୍ଷେ ହେବ ପରିବର୍ତନ କରାଯାଇନାହିଁ । ଏହା ଉପରେ ବ୍ଲକ ଶିକ୍ଷ୍ୟାଧିକରୀ ନିଶ୍ଚୟ ଦେଖିଥିବେ ଏଥିରୁ ସେ କିପରି ସୁପରିଭିଜନ କରୁଥିବେ ରଙ୍ଗେଇଲୁଣ୍ଡା ବିଇଓଙ୍କ ଦକ୍ଷତା ବାରି ହୋଇଯାଉଛି, ମନିଟରିଂକୁ ସମସ୍ତେ ଯାଉଛନ୍ତି କିନ୍ତୁ ଧର୍ମକୁ ଆଖିଠାର । ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର ଅଧୀନରେ ଥିବା ଅନେକ ବିଦ୍ୟାଳୟର ଅବସ୍ଥା ଏଭଳି ଦୟନୀୟ ଥିବାବେଳେ ଜିଲ୍ଲାର ସମସ୍ତ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସେ ପୁଣି ଆଗଧାଡିର ବିଇଓ ବୋଲି ଜିଲ୍ଲା ପ୍ରଶାସନ କହୁଛନ୍ତି । ଜିଲ୍ଲାପାଳ ନିଜେ ବ୍ୟକ୍ତିଗତ ଭାବରେ ବିଦ୍ୟାଳୟରେ ଉପସ୍ଥିତ ରହି ଶିକ୍ଷାର ମାନ ବୃଦ୍ଧି କରିବା ଦିଗରେ ଚିନ୍ତିତ ଥିବାବେଳେ ରଙ୍ଗେଇଲୁଣ୍ଡା ବିଇଓ ବିପରୀତ ଧର୍ମୀ କାର୍ଯ୍ୟ କରିବା ବୁଦ୍ଧିଜୀବୀ ମହଲରେ ଜିଲ୍ଲାପାଳଙ୍କୁ ତାଙ୍କର ମାନ୍ୟତା ନେଇ ଭୃକୁଞ୍ଚନ ସୃଷ୍ଟି ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




