ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନଫ୍ରେସିଂରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କଲେ ସାନଖେମୁଣ୍ଡି ବିଧାୟକ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ବର୍ତ୍ତମାନ ସମଗ୍ର ବିଶ୍ୱ କରୋନା ମହାପ୍ରକୋପରେ ସମ୍ପୂର୍ଣ୍ଣ ଭାବେ ଗ୍ରସିତ ହୋଇ ସାରିଛି । ଦିନକୁ ଦିନ ମାତ୍ରାଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହେବା ସହ ବହୁ ମୃତ୍ୟୁର ଶିକାର ମଧ୍ୟ ହେଉଛନ୍ତି । ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ କିପରି ଏହାର ସଂକ୍ରମଣକୁ ରୋକା ଯାଇ ପାରିବ ସେହି ପରିପ୍ରକ୍ଷୀରେ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା କୋଭିଡ-୧୯ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେଇ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ସୂଚନା ଯେ କିଛି ଦିନ ତଳେ ସୁରତରୁ ଫେରୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ କ୍ଵାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିବାରୁ ବିଧାୟକ ରମେଶ ଚନ୍ଦ୍ର ଜେନା ସାନଖେମୁଣ୍ଡି ବ୍ଲକର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ଯାଇ ବୁଲି ସ୍ଥିତି ପରଖିବା ସହ ପ୍ରବାସୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ତାହା ବୁଝିବା ସହ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ ଏବଂ ଖାଦ୍ୟ ପ୍ରଦାନ କରିଥିଲେ । ଆଜି ଭିଡ଼ିଓ କନଫରେନସିଂରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ସୁମୀତ ପଟ୍ଟନାୟକ