ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଳକ ଅନ୍ତର୍ଗତ ଗାଲେରି ଗ୍ରାମ ପଞ୍ଚାୟତରେ ଜଣେ କୋରନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ନିରଞ୍ଜନ ବେହେରା ୪ ଦିନ ପାଇଁ ଗାଲେରି ଗ୍ରାମ ପଞ୍ଚାୟତକୁ ସଟ ଡାଉନ ଘୋଷଣା କରିଛନ୍ତି । ଏହି ଗ୍ରାମରେ ଜଣେ କୋରନା ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ ଥିବା କୋଭିଡ଼ କେୟାର ହୋମରେ ତାଙ୍କୁ ରଖାଯାଇଥିଲା । ଏହି କୋଭିଡ଼ କେୟାର ହୋମଟି ସାହି ମୁଖ୍ୟ ରାସ୍ତାରେ ଥିବାରୁ ରାସ୍ତା ଦେଇ ବହୁ ଲୋକ ଯିବା ଆସିବା କରନ୍ତି । ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୁର୍ଷ୍ଟିରେ ରଖି ଗ୍ରାମବାସୀମାନେ ଗାଲେରି ଗ୍ରାମକୁ ସଟ ଡାଉନ କରିବା ପାଇଁ ଅଭିଯୋଗ କରିଥିଲେ । ଗ୍ରାମର ହିତ ଦୁର୍ଷ୍ଟିରୁ ଗ୍ରାମ ପାଇଁ ବିପଦ ଆଶଙ୍କା କରି ଲୋକ ମାନଙ୍କ ଯାତାୟାତରେ ପ୍ରତିରୋଧ ପାଇଁ ଜୁଲାଇ ୧୭ ତାରିଖରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏ ନେଇ ସେ ବିଡ଼ିଓ ଅନିଲ କୁମାର ସେଠୀଙ୍କୁ ଏକ ଚିଠିରେ ଉଲ୍ଲେଖ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି ।
ରିପୋର୍ଟ – ନିଲୁ ବିଷୋୟୀ