ଆସ୍କା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟହ ରାଜସ୍ଵ, ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ତା ୧.୩.୨୦୧୯ ରିଖ ଠାରୁ ତା ୧୫.୩.୨୦୧୯ ମଧ୍ୟରେ ବ୍ରହ୍ମପୁର ଅବକାରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓ ବିଶେଷ କରି ଓଡିଶା ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଇ ସାରିଛି । ଉପର ଦର୍ଶିତା କାଳାବଧି ମଧ୍ୟରେ ୨୫ ଟି ଚଢ଼ାଉ କରାଯାଇ ୨୨ଟି ମାମଲା ରୁଜୁ ହୋଇଛି । ଏଥିରେ ୧୫ ଜଣଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ଗୁଡିକ ସମୟରେ ୧୧୨୯,୬୦୦ ଲିଟର ଆ.ଡି. ଳିକର, ୫୫,୨୦୦ କିଗ୍ରାର ଫରମେଣ୍ଟେଡ ୱାସ, ୩୨୪୦ ଲିଟର ଆଇ. ଏମ. ଏଫ. ଏଲ, ୧୫୨୦୦ ଲିଟରର ବିୟର, ୩ କିଗ୍ରା ଗଞ୍ଜେଇ, ୧୪୪୦୦ ଲିଟର ଓ.ଏସ. ଳିକର, ୪୦ଲିଟର ତରି ଜବତ କରାଯାଇଛି । ଜବତ କରାଯାଇଥିବା ଅବକାରୀ ଦ୍ରବ୍ୟ ଗୁଡିକ ଆନୁମାନିକ ମୂଲ୍ୟ ପ୍ରାୟ ୧୭,୮୯,୪୫୦ ଟଙ୍କା ହେବ . ସେହିପରି ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ଠାରୁ ସୂଚନା ଅନୁଯାୟୀ ତା ୧.୩.୨୦୧୯ ରିଖ ଠାରୁ ତା ୧୬.୩.୨୦୧୯ ମଧ୍ୟରେ ଗଞ୍ଜାମ ଅବକାରୀ ଜିଲ୍ଲା ଅଧିନସ୍ଥ ସୋରଡ଼ା, ଭଞ୍ଜନଗର, ଆସ୍କା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ହିଞ୍ଜିଳିକାଟୁ, ପୁରୁଷୋତ୍ତମପୁର ଓ ବୁଗୁଡ଼ା ଆଦି ସ୍ଥାନରେ ଚଢ଼ାଉ କରାଯାଇ ସାରିଛି । ଏଥିରେ ୪୦ଟି ମାମଲା ରୁଜୁ ହେବା ସହିତ ୩୪ ଜଣଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ଗୁଡିକ ସମୟରେ ୨୫୯୬ ଲିଟର ଆଇ.ଡି. ଳିକର, ୨୨୧୦୦ ଲିଟର ୱାସ, କିଗ୍ରା ଗଞ୍ଜେଇ ଜବତ କରାଯାଇଛି । ଜବତ ହୋଇଥିବା ଅବକାରୀ ଦ୍ରବ୍ୟ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧୬,୦୦,୦୦୦ ଟଙ୍କା ହେବ । ଆସ୍କା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆସ୍କା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ତିତିରେ ଭୋର ଘ.୪.୩୦ ମି. ରୁ ଘ. ୬.୩୦ମି. ପର୍ଯ୍ୟନ୍ତ ବାଲିସିରା ଗ୍ରାମରେ ଅବକାରୀ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ୧୫୦୦ ଲିଟର ଦେଶୀମଦ ନଷ୍ଟ କରାଯାଇଥିବା ବେଳେ ୪୦୦ ଲିଟର ଆଇ. ଡି. ଲିକର ଜବତ କରାଯାଇଥିଲା । ଏହି ଚଢ଼ାଉରେ ୪ଟି ଅବକାରୀ ମାମଲା ରୁଜୁ କରାଯାଇଛି । ଜଣକୁ ଗିରଫ କରାଯାଇଥିବା ସମୟରେ ୩ ଜଣ ଫେରାର ଅଛନ୍ତି । ସେହିପରି ବୁଗୁଡ଼ା ଅବକାରୀ କାର୍ଯ୍ୟାଳୟ ତରଫରୁ ବେଲଗୁଣ୍ଡା ଠାରେ ଚଢ଼ାଉ ସମୟରେ ୪୦୦ ଲିଟର ୱାସ, ୨୦୦ ଲିଟର ଆଇ. ଡି. ଲିକର, ୧୨ଲିଟର ବିଦେଶୀ ମଦ ଓ ୧୫ ଲିଟର ଓ.ଏସ. ଲିକର ଜବତ କରାଯାଇଛି । ଏହି ଚଢ଼ାଉରେ ୩ଜଣକୁ ଗିରଫ କରାଯାଇଛି । ଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ଦେଇଥିବା ସୂଚନା ଅନୁଯାୟୀ ବଡବୋର ସିଙ୍ଗି ଗ୍ରାମରେ ଚଢ଼ାଉ ସମୟରେ ଗୋଟିଏ ଅବକାରୀ ମାମଲା ରୁଜୁ ହେବା ସହିତ ୯୪ ଲିଟର ବିଦେଶୀ ମଦ, ୧୦୦ ଲିଟର ଦେଶୀ ମଦ ଜବତ ହୋଇଥିଲା । ଏହି ମାମଲାରେ ଜଣକୁ ଗିରଫ କରାଯାଇଛି । ଦକ୍ଷିଣାଜୋନ ବ୍ରହ୍ମପୁରର ଅବକାରୀ ଇଣ୍ଟେଲିଜେନ୍ସ ୟୁନିଟ ଗୋଳନ୍ଥରା ଥାନା ଅଧିନସ୍ଥ ଅଞ୍ଚଳରେ ଆଜି ଚଢ଼ାଉ କରି ୨ଟି ମାମଲା ରୁଜୁ କରିଛି । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯିବ ସହ ୧୭ ଲିଟର ଓ. ଏସ. ଲିକର, ୪.୩ ବିଦେଶୀ ମଦ ଓ ୪.୫ ଲିଟର ବିୟର ଜବତ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା