ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ତରଫରୁ ଚଢଉ:ପୋଚ ନଷ୍ଟ,ମଦ ଜବତ,୫ ଗିରଫ…

ଛତ୍ରପୁର (ସମୃଦ୍ଧ ଓଡିଶା) ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ତରଫରୁ ଚଢଉ କରାଯାଇଛି । ଆଜି ଭଂଜନଗର ତହସିଲଦାରଙ୍କ ନେତୃତ୍ୱରେ ରାଜସ୍ୱ, ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ କରାଯାଇ ପ୍ରାୟ ୧୦ହଜାର ଲିଟର ପୋଚ ନଷ୍ଟ କରାଯାଇଛି ଓ ୩୩୦ ଲିଟର ମଦ ଜବତ କରାଯାଇ ୫ଜଣ ଲୋକକୁ ମଧ୍ୟ ଗିରଫ କରାଯାଇଛି । ସେହିପରି କୋଦଳା ତହସିଲଦାରଙ୍କ ନେତୃତ୍ୱରେ ଗଠିତ ନିଜର ମନିଟରିଂ ଟିମ ଦ୍ୱାରା ଚଢଉ କରାଯାଇ ବହୁ ପରିମାଣର ମାଦକ ଦ୍ରବ୍ୟ ଜବତ କରାଯିବା ସହ ନଷ୍ଟ କରାଯାଇଛି । ଏହି ଚଢଉରେ ବେଗୁନିଆପଡା ଆଉଟ ପୋଷ୍ଟର ଥାନା ଅଧିକାରୀ ଯୋଗ ଦେଇଥିଲେ । ଆଗାମୀ ଦିନରେ ଚଢଉ ଆହୁରି ଜୋରଦାର କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା