

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୟାବହତା ଯୋଗୁଁ ଆଧାର ପଞ୍ଜିକରଣ କେନ୍ଦ୍ର ଗୁଡିକ ଚଳିତ ବର୍ଷ ମାର୍ଚ୍ଚମାସ ୨୦ ତାରିଖ ଠାରୁ ବନ୍ଦ କରାଯାଇ ପଞ୍ଜିକରଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଏଥିଯୋଗୁଁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତୁରନ୍ତ ଆଧାର ପଞ୍ଜିକରଣ କେନ୍ଦ୍ର ଗୁଡିକ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା, ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ସ୍ତରରେ ରହିଥିବା ଆଧାର ପଞ୍ଜିକରଣ କେନ୍ଦ୍ରଗୁଡିକ ସଠିକ ସାନିଟାଇଜେସନ୍ ଓ ସାମାଜିକ ଦୂରତ୍ବ ବଜାୟ ରଖି ପଞ୍ଜିକରଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

