
ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସମସ୍ତ ପୋଲିସ ଅଫିସର ନୂଆ ବର୍ଷରେ ଗଞ୍ଜାମ ପୋଲିସ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କୁ ଶୁଭ ଅଭିନନ୍ଦନ ଜଣାଇ ଆଶୀର୍ବାଦ ନେଇଛନ୍ତି । ସମସ୍ତେ ଜଣେ ଜଣେ ଆଗାମୀ ବର୍ଷରେ ସ୍ୱଚ୍ଛ ନିଷ୍ଠାପର ସୁଦକ୍ଷ ପ୍ରଶାସକ ହେବା ନିମନ୍ତେ ଶପଥ ନେଇ ଏସପିଙ୍କ ସହ ଗ୍ରୁପ ଫୋଟୋ ଉଠାଇଛନ୍ତି । ନୂଆ ବର୍ଷଟି ନିର୍ବାଚନର ବର୍ଷ ହୋଇ ଥିବାରୁ ସେମାନେ କୌଣସି ଚାପର ବଶବର୍ତ୍ତୀ ନ ହୋଇ କାର୍ଯ୍ୟ କରିବାକୁ ଏସପି ନିର୍ଦେଶ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




