


ଛତ୍ରପୁର (ସମୃଦ୍ଧ ଓଡିଶା)ଲୋକଙ୍କୁ ବିଭିନ୍ନ ମୌଳିକ ସୁବିଧା ସୁଯୋଗ କିପରି ମିଳୁଛି ଓ ସେଥିରୁ ସେମାନଙ୍କୁ ବଞ୍ଚିତ ନ କରିବା ପାଇଁ ଗଞ୍ଜାମ ଜିଲ୍ଲାସ୍ତରୀୟ ଅଫିସରମାନେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଛେଳିଗଡ଼ ବିସ୍ତାପିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏଡିଏମ ରେଭନ୍ୟୁ ଲକ୍ଷ୍ମୀକାନ୍ତ ସେଠି, ଏଲଓ ଚିତ୍ତରଞ୍ଜନ ସାହୁ, ତହସିଲଦାର ଆଦିତ୍ୟ ପ୍ରସାଦ ସ୍ୱାଇଁ, ଏକ୍ସନ୍ୟୁଜ ବିଭୁଦତ ପଣ୍ଡା, ହେଡ଼ୱାସ ଡିଭିଜନ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ପ୍ରସାଦ ମହାରଣା ଆଜି ବାଲିପାଟ, ବାବୁଲି ବନ୍ଧ ଓ ଗଡ଼ ସାମନ୍ତରାପୁର ଛେଳିଗଡ଼ ପ୍ରକଳ୍ପର ବୁଡି ଅଂଚଳର ଲୋକଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ତିଳିଗାଁ ଲୋକଙ୍କ ସହିତ ଆଲୋଚନ କଲେ । ଗତ ଦୁଇ ଦିନ ତଳେ ହୋଇଥିବା ଆରପିଡିଏସ ମିଟିଙ୍ଗ ସାରିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏଡିଏମ, ତହସିଲଦାର, ଏଲଓ ନିର୍ବାହୀ ଯନ୍ତ୍ରୀ ଛେଳିଗଡ଼ ବିସ୍ତାପିତ କଲୋନୀ ଓ ଜାଗା ବୁଲି ଦେଖିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



