

ରାୟଗଡା (ସମୃଦ୍ଧ ଓଡିଶା) ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ଅବସରରେ ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ପର୍ବ ପାଳନ କରାଯିବା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ଟି ସ୍ଥାନୀୟ ଗଜପତି ଛକଠାରୁ ବାହାରି ପ୍ରେମ ପାହାଡ଼ ନିକଟରେ ପହଞ୍ଚି ଥିଲା । ଏଥିରେ ବିଜୁଯୁବ ବାହନୀ ଏବଂ ସରକାର ତାଲିମ ପ୍ରାପ୍ତ ଶିଳ୍ପ ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥଲେ । ଏଥିରେ ପର୍ଯ୍ୟଟନର ବିକାଶ ନେଇ ଗୁରୁତ୍ୱ ଦିଆ ଯାଇଥିଲା । ବିଷମକଟକ ବ୍ଲକ ଚାଟିକଣା ଠାରେ ଆୟୋଜିତ ହେବାକୁ ଥିବା ପର୍ଯ୍ୟଟନ ପର୍ବ ପାଇଁ ଏହି ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଶୁଭାରମ୍ଭ କରିଥିଲେ । ଏହିଥିରେ ବିଭିନ୍ନ ବିଭାଗୀୟ ଅଧକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ