ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୧୮ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୧୮ ବୁଧବାର ଦିନ ଉଦ୍ଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଡିଓ ନେତ୍ରାନନ୍ଦ ସାହୁ, ମୁଖ୍ୟ ବକ୍ତା ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ଦଳାଇ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବିଇଓ ବିଜୟ କୁମାର ନାଥ, ଜିଲ୍ଲା ବିଜ୍ଞାନ ପରିର୍ଦଶକ କମଳ ବିହାରୀ ଦାସ, ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାଥ ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ରାଜେନ୍ଦୁ ବିକାଶ ପାତ୍ର ମଂଚ ଆମନ୍ତ୍ରଣ, ସରୋଜ କୁମାର ପାଣିଗ୍ରାହୀ ବେଦମନ୍ତ୍ର ପାଠ କରିଥିବା ବେଳେ ସୁନୀଲ କୁମାର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଜ୍ଞାନ ମେଳାରେ ଜିଲ୍ଲାର ୧୨ଟି ବ୍ଲକ ଓ ପୈାରାଂଚଳରୁ ମୋଟ ୧୧୦ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଏହି ବିଜ୍ଞାନ ମେଳାରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇ ୬ଟି ପ୍ରକଳ୍ପକୁ ରାଜ୍ୟ ସ୍ତରକୁ ପଠାଯାଇଛି । ମଙ୍ଗଳବାର ଦିନ ଉଦ୍ଘାଟନୀ ଉତ୍ସବରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଓଡିଶା ବିଜ୍ଞାନ ଏକାଡେମୀର ସଦସ୍ୟ ଡଃ କମଳାକାନ୍ତ ଜେନା, ଭୋଗରାଇ ଆର.ଆଇ.ଏଚ.ଏସ୍ କଲେଜର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଡଃ କୃତିବାସ ସାହୁ, ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାଥ ନାୟକ ପ୍ରମୁଖ ଯୋଗ ଦେଇ ବିଜ୍ଞାନର ଉପାଦେୟତା ସଂପର୍କରେ ସାରଗର୍ଭକ ଆଲୋଚନା କରିଥିଲେ । ଜିଲ୍ଲା ବିଜ୍ଞାନ ପରିଦର୍ଶକ କମଳ ବିହାରୀ ଦାସ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁରଲୀ ମୋହନ ପ୍ରଧାନ, ମନୋରଂଜନ ଦାସ, ବଂଶୀଧର ବାରିକ, ପ୍ରଫୁଲ୍ଲ ମହାନ୍ତି, ଲଲାଟେନ୍ଦୁ ଜେନା, ପଙ୍କଜ ଜେନା, ବନବିହାରୀ ଦାସ ଅଧିକାରୀ, ସୁଶାନ୍ତ ଜେନା, ବ୍ଲକ ବିଜ୍ଞାନ ପରିଦର୍ଶକ କୁଂଜ ବିହାରୀ ପ୍ରଧାନ, ବିଜ୍ଞାନ ଶିକ୍ଷକ ଶଶିକାନ୍ତ ପ୍ରଧାନ, ବିଦ୍ୟାପତି ଦେ, ସୁକୁମାର ମିଶ୍ର, ହରେକୃଷ୍ଣ ଜେନା, ଶ୍ରୀକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା