

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟ ଆକର୍ଷଣ ଶାସ୍ୱତଯୋଷୀ ଓ ହରିହର ଦାସଙ୍କ ମେଗା ସୋ କାର୍ଯ୍ୟକ୍ରମରେ ଦର୍ଶକମାନେ ଗଭୀର ଆତ୍ମ ବିଭୋର ହୋଇ ଯାଇଥିବା ଜଣା ଯାଇଛି । ଓଡିଶୀନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଭଙ୍ଗଡା ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ଦେଖି ମନରଞ୍ଜନରେ ମାତିଲେ ଦର୍ଶକ। ଜିଲ୍ଲାର ସଦରମହକୁମା ଛତ୍ରପୁର ରେ ଚାଲିଥିବା ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଦର୍ଶକଙ୍କ ସମାଗମ ବହୁ ସଂଖ୍ୟାରେ ବଢି ଥିଲା । ତୃତୀୟ ଦିବସ କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଏସପି ପିନାକ ମିଶ୍ର , ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଚିକିଟି ବ୍ଲକର ରାଧାପ୍ରେମ ଲୀଳା, ସାନଖେମୁଣ୍ଡି ବ୍ଲକର ରାମଲୀଳା, ମହରୀ ଡ୍ୟାନ୍ସ, ବ୍ରହ୍ମପୁର ଅରିହାଣ୍ଟ ଫାକ ଡ୍ୟାନ୍ସ ଗ୍ରୃଫ ସମ୍ବଲପୁରୀ ଡ୍ୟାନ୍ସ (ମହିଳା), ଛତ୍ରପୁର ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ମୋଡେର୍ଣ୍ଣ ଡ୍ୟାନ୍ସ, ଜେଡିଏଲ ଟ୍ରାକ ଡ୍ୟାନ୍ସ ପକ୍ଷରୁ ମୋଡେର୍ଣ୍ଣ ଡ୍ୟାନ୍ସ, ପାତିଆଳା ର ଭଙ୍ଗଡା ଡ୍ୟାନ୍ସ, ଖଳିକୋଟର ମୋଡେର୍ଣ୍ଣ ଡ୍ୟାନ୍ସ ବାଲୁଗୁଡିର କନ୍ଧମାଳା କଳା ବିକାଶ କେନ୍ଦ୍ର ପକ୍ଷରୁ ଆଦିବାସୀ ନୃତ୍ୟ ଓ ଲୋକ ସଂଗୀତ, କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଆଦିମାତା ଗ୍ରୃପ ପକ୍ଷରୁ କନ୍ଧ ଥେମସା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଶେଷରେ ଶାସ୍ୱତ ଯୋଶୀ ଓ ତାଙ୍କ ଟିମ୍ ଏବଂ ହରିହର ଦାସ ଓ ତାଙ୍କ ଟିମ୍ ପକ୍ଷରୁ ମେଗା ସୋ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ , ଛତ୍ରପୁର ତହସିଲଦାର ନୀଳମାଧବ ଭୋଇପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





