ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ହୋସଲା-୨୦୧୮’ରେ ଜଳେଶ୍ୱର ଗାନ୍ଧୀ ସେବାଶ୍ରମର ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଶିଶୁ ମହିଳା ବିକାଶ ଓ ମିଶନ ଶକ୍ତି ବିଭାଗ, ଭୁବନେଶ୍ୱର ତରଫରୁ ବାଲେଶ୍ୱର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ହୋସଲା-୨୦୧୮ ବାଲେଶ୍ୱର ଉତ୍କଳ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ୧୩ଟି ଅନାଥାଶ୍ରମର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ଫୁଟବଲ ଖେଳରେ ଜଳେଶ୍ୱର ଶାନ୍ତିଆ ସ୍ଥିତ ଗାନ୍ଧୀ ସେବାଶ୍ରମ ଈଶ୍ୱରଲାଲ ଶିଶୁ ଭବନର ପିଲାମାନେ ଅଂଶ ଗ୍ରହଣ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ଉନ୍ନିତ ହୋଇଛନ୍ତି । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ୮ଟି ବିଭାଗରେ ୩ଜଣ ଛାତ୍ରୀଙ୍କ ସମେତ ୧୪ ଜଣ ଅଂଶ ଗ୍ରହଣ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଗାନ୍ଧୀ ସେବାଶ୍ରମର ଅଧୀକ୍ଷକ ଜ୍ୟୋତିଷ ଚନ୍ଦ୍ର କରଙ୍କ ତତ୍ୱାବଧାନରେ ପିଲାମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା