ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ଦ୍ୱାରା ସ୍ବାସ୍ଥ୍ୟ ପରାମର୍ଶ ଶିବିର

କଟକ (ସମୃଦ୍ଧଓଡିଶା )କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ତରଫରୁ ନିଜସ୍ଵ କାର୍ଯ୍ୟାଳୟରେ ସଭ୍ୟ ସଭ୍ୟା ମାନଙ୍କର ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଉପଦେଷ୍ଟା ଡାକ୍ତର ସଂଜିତ୍ ପଟ୍ଟନାୟକ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି l ବିଶେଷଜ୍ଞ ଡାକ୍ତର ଏସ କେ ଗିରି ,ବି ବି ନାୟକ, ଅନୁଶୟା ନନ୍ଦ ଦୀର୍ଘ ସମୟ ଧରି ସମସ୍ତ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରୀ ଔଷଧ ବିଷୟ ପରାମର୍ଶ ଦେଇଥିଲେ । ଏଥି ସହ ନିୟମିତ ମାସିକ ସଙ୍ଘ୍ ର କାର୍ଯ୍ୟ କାରି କମିଟି ବୈଠକ ଅନୁଷ୍ଠିତ ହୋଇ ସଂଘ ର ବିଭିନ୍ନ ସଭା ଓ କାର୍ଯ୍ୟକ୍ରମକୁ ଆଗେଇ ନେବା ସମର୍କରେ ଆଲୋଚନା ହୋଇଥିଲା ବୋଲି ଜଣାଇଛନ୍ତି ଶ୍ରୀ ବରଦା ପ୍ରସନ୍ନ ଦାସ, କାର୍ଯକାରୀ ସଭାପତି, କଟକ ଜିଲ୍ଲା ଅବସର ସରକାରୀ କର୍ମଚାରୀ ସଂଘ ।