ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଳୟ ରଞ୍ଜନ ଦଶଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ-୧୯ ପାଇଁ ସରକାରଙ୍କ ପ୍ରଦତ ସମସ୍ତ ପ୍ରକାର ନିୟମକୁ ପାଳନ କରି ପ୍ୟାନେଲ ଲୟର ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଏ.ଡି.ଆର ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁକାନ୍ତ କିଶୋର ଜେନା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ ଏବଂ ପ୍ୟାନେଲ ଲୟର ସଞ୍ଜୟ କୁମାର ମିଶ୍ର ଆଇନର ବିଭିନ୍ନ ଦିଗ ଯଥା Crpc Like FIR, Bail, Summons & Warrant, Appeals ଇତ୍ୟାଦି ଉପରେ ଆଲୋଚନା କରିଥିଲେ । ଏହି ଶିବିରରେ ପ୍ୟାନେଲ ଲୟର ସଞ୍ଜୟ କୁମାର ମିଶ୍ର, ରଞ୍ଜନ କୁମାର ମିଶ୍ର, ରଞ୍ଜନ କୁମାର ନାଏକ, ସସ୍ମିତା ପଟ୍ଟନାୟକ, ସଜିତ ସାହୁ, ମଳୟ ପାଣିଗ୍ରାହୀ, ବିଧୁଭୂଷଣ ସାହୁ, ହରେକୃଷ୍ଣ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାଧିକରଣର କର୍ମଚାରୀ ଦୁଃଖବନ୍ଧୁ ସାହୁ, ଗୋପାଳ ଚନ୍ଦ୍ର ଦଳାଇ, ଜିତେନ୍ଦ୍ର ନାଏକ କନିଷ୍ଠ କିରାଣୀ ଏବଂ ହେମେନ୍ଦ୍ର ନାଥ ବେହେରା ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ ପାଣି