

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସମନ୍ୱିତ ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଜିଲ୍ଲା ଆଇନ ସେବା ଅଧିକରଣ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇଏନ ପ୍ରାଧିକରଣ ସମିତି ସମ୍ପାଦକ ବିଜୟ କୁମାର ଦାସ ଯୋଗଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବାକୁ ହେଲେ ସମସ୍ତଙ୍କ ମିଳିତ ଉଦ୍ୟମ ଏକାନ୍ତ ଆବଶ୍ୟକ । ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାର ଏଚଆରପିଏସ ଡ଼ିଏସପି ସାମୁଏଲ ପ୍ରଧାନ ଯୋଗଦେଇ ଶିଶୁ ଶ୍ରମିକ ବିରୋଧ ଆଇନକୁ କଡାକଡି ପାଳନ କରି ଯେଉଁମାନେ ଶିଶୁ ଶ୍ରମିକଙ୍କୁ କାମରେ ନିୟୋଜିତ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଶିଶୁ ସୁରକ୍ଷା ବିଭାଗ, ପୋଲିସ ଓ ପ୍ରଶାସନ ମିଳିତ ସହଯୋଗ ରହିଲେ ଶିଶୁ ଶ୍ରମିକ ନିରାକରଣ ସମ୍ଭବ ହେବ । ନଚେତ ଏହା କାଗଜକଲମରେ ସୀମିତ ରହିବ ବୋଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ବାର ଆସୋସିଏସନ ସମ୍ପାଦକ କେ. ଶ୍ୟାମ କୁମାର ରାଓ, ଆଇନଜୀବୀ ଟି.କେ.ରେଡ୍ଡୀ, ବାବୁ ନାହାକ, ଆଇ.ଚିନ୍ତାମଣିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
