ଢେଙ୍କାନାଳ (ସମୃଦ୍ଧ ଓଡିଶା) ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ଅଦାଲତର ବିଚାରପତି, କର୍ମଚାରୀ, ପାରାଲିଗାଲ ଭଲ୍ୟୁଣର ଏବଂ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଇନ ସ୍ଵାକ୍ଷରତା ସଂଘର ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସିଭିଲ କୋର୍ଟ, ବନ ବିଭାଗର ମିଳିତ ଉଦ୍ୟମରେ ସ୍ଥାନୀୟ ମାଣିଆବନ୍ଧ ଠାରେ ଚାରରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରିବା ସହିତ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଚାରା ରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ତମ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ପ୍ରାୟ ୧୦୩୫୩ଟି ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିରଞ୍ଚି କୁମାର ରଥ, ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ) ପ୍ରତିମା ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ରାଜ କୁମାର ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ମୁକ୍ତି ରଞ୍ଜନ ଶତପଥୀ, ରେଜଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅରୁଣ ପଟ୍ଟନାୟକ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ସୁଜାତା ପ୍ରିୟମ୍ବଦା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି (ମହିଳାଙ୍କ ଅଦାଲତ) ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ନାୟକ, ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ, ଉଚ୍ଚ ବିଦ୍ୟାଳୟର ଛାତ୍ର ଆଇନ ସ୍ଵାକ୍ଷରତା ସଂଘର ସଦସ୍ୟ ସଦସ୍ୟା, ପିଏଲଭିଏସ, ବିବିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ/ଢେଙ୍କାନାଳ ସିଭିଲା କୋର୍ଟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚାରରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁଦର୍ଶନପାତ୍ର, ରେଞ୍ଜ ଅଫିସର ମନୱର ଖାଁ, ଢେଙ୍କାନାଳ ବନପାଳ ହିମାଂଶୁ ପୃଷ୍ଟି ଦ୍ୱାରା ଯୋଗାଣ ସହିତ ଏହାର ରୋପଣ ନିମନ୍ତେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି