ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସିଭିଲ କୋର୍ଟ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସ୍ଥାୟୀ ଲୋକ ଅଦାଲତର ବିଚାରପତି ବିରଞ୍ଚି କୁମାର ରଥ, ସିଭିଲ କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ମାନଙ୍କୁ ଭାରତୀୟ ମୁଖବନ୍ଧ ପାଠ କରାଇବା ସଂଗେ ସଂଗେ ସମ୍ବିଧାନରେ ଲିଖିତ ମୌଳିକ ଅଧିକାର ବିଷୟରେ ବିସଦ ଭାବରେ ଆଲୋକପାତ କରିଥିଲେ । ଏହି ସମାରୋହରେ ରେଜିଷ୍ଟ୍ରାର ସିଭିଲ କୋର୍ଟ ସଂଜିତ କୁମାର ବେହେରା, ଜିଲ୍ଲା ଆଇନ ସେବା ପ୍ରଥିକରଣର ସଚିବ ଅରୁଣ ପଟ୍ଟନାୟକ, କୋର୍ଟ ମ୍ୟାନେଜର ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି