ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଓକିଲ ସଂଘ ସଭାଗୃହ ଠାରେ ଆଇନ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଭାରତୀୟ ସମ୍ବିଧାନରେ ଆଇନ ସେବାର ଅଧିକାର ଉପରେ ଏକ ଆଲୋଚନା ଚକ୍ର ଜିଲ୍ଲା ଓକିଲ ସଂଘର ସଦସ୍ୟ/ସଦସ୍ୟା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ପ୍ୟାନେଲ ଲୟର, ପିଏଲଭି ମାନଙ୍କୁ ନେଇ ଅନୁଷ୍ଠିତ ହୋଇଅଛି ।ଏହି ଆଲୋଚନା ଚକ୍ରକୁ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶ ଉଦଘାଟନ କରି ସମସ୍ତଙ୍କୁ ଭାରତୀୟ ମୁଖବନ୍ଧ ପାଠ କରାଇବା ସଙ୍ଗେ ସଙ୍ଗେ ଅଦ୍ୟ ଦିବସର ମହତ୍ୱ ଏବଂ ଭାରତୀୟ ସମ୍ବିଧାନରେ ଆଇନ ସେବାର ଅଧିକାର ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ସ୍ଥାୟୀ ଲୋକ ଅଦାଲତର ବିଚାରପତି ବିରଞ୍ଚି କୁମାର ରଥ, ଦୀପ୍ତି ରଞ୍ଜନ କାନୁନଗୋ, ବିଚାରପତି ପରିବାର ଅଦାଲତ, ଅତିରିକ୍ତ ଜିଲ୍ଲା ଜଜ ରାଜ କିଶୋର ମହାପାତ୍ର ସମ୍ବିଧାନରେ ଲିଖିତ ମୌଳିକ ଅଧିକାର ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ସଞ୍ଜୟ କୁମାର ମିଶ୍ର ଓ ସମ୍ପାଦକ ଟଙ୍କଧର ବେହେରା ଏହି ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ପି.ପି ଗଣେଶ୍ୱର ବେହେରା, ଅଦ୍ୟ ଦିବସର ମହତ୍ତ୍ୱ ବିଷୟରେ ବିଶଦ ଭାବରେ ଆଲୋକପାତ କରିଥିଲେ । ଏତତବ୍ୟତୀତ ଓକିଲ ସଂଘର ସଦସ୍ୟ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ନବକିଶୋର ଗୁରୁ, ପ୍ରତାପ ନାରାୟଣ ତ୍ରିପାଠୀ, ପତିତପାବନ ମିଶ୍ର, ଦିଲ୍ଲୀପ ମଲ୍ଲିକ, ଯୁଗଳ କିଶୋର ସାହୁ, ନୃସିଙ୍ଗ ଚରଣ ମହାନ୍ତି ଓ ବିକାଶ କୁମାର ଭୂୟାଁ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ବିଚାର ବିଭାଗୀୟ ମାଜଷ୍ଟ୍ରେଟ ମୁକ୍ତି ରଂଜନ ଶତପଥୀ, ରେଜିଷ୍ଟ୍ରାର ସିଭିଲ କୋର୍ଟ, ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନି ବିଚାରପତି ଶ୍ରୀମତୀ ଅଲ୍ପନା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି (ମହିଳାଙ୍କ ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ ପୁରୋହିତ, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମୟିତ୍ରୀ ସାମନ୍ତରାୟ/ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ/ନିଶା ଅଗ୍ରୱାଲ, କୋର୍ଟ ମ୍ୟାନେଜର ନିତ୍ୟାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥି ଓ ଆଇନଜୀବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରକୁ ଜିଲ୍ଲା ଓକିଲ ସଂଘର ଉପସଭାପତି ସରୋଜ କୁମାର ପାଢ଼ୀ ଓ ସଦସ୍ୟ ମଳୟ ପାଣିଗ୍ରାହୀ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି