

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲା ଆଇନ ସେବା ପ୍ରାଧିକରଣ ଢେ଼ଙ୍କନାଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ମିଳିତ ଅନୁକୁଲ୍ୟରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପରିପ୍ରେକ୍ଷୀରେ ଏକ ସଚେତନତା ପଦଯାତ୍ରା କରାଯାଇଥିଲା । ତତ ସଂଗେ ସଂଗେ ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଶିବିରକୁ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଂଜନ ଦାଶ ଉଦଘାଟନ କରିବା ଅବସରରେ ଉପସ୍ଥିତ ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଉପଦେଶ ଦେବା ସଂଗେ ସଂଗେ ଦିବ୍ୟାଙ୍ଗ ମାନଙ୍କର ମୌଳିକ ଅଧିକାର ଏବଂ ସେମାଙ୍କର ସୁବିଧା ଅସୁବିଧା ବିଷୟରେ ସମୂହ ଆଲୋଚନା କରିଥିଲେ ଏବଂ ନିଖୁଣ ଭାବରେ ଧ୍ୟାନଦେଇ ଆଇନ ଗତ ପରାମର୍ଶ ଦେଇଥିଲେ । ଅଧ୍ୟକ୍ଷ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ବିରଞ୍ଚି କୁମାର ରଥ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚପାତ କରିଥିଲେ । ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ୱତନ୍ତ୍ର ଜଜ(ଭିଜିଲାନ୍ସ) ପ୍ରତିମା ପଣ୍ଡା, ବିଚାରପତି ପରିବାର ଅଦାଲତ ଦୀପ୍ତି ରଞ୍ଜନ କାନୁନଗୋ, ସିଭିଲ କୋର୍ଟ ରେଜିଷ୍ଟ୍ରାର ସଂଜିତ କୁମାର ବେହେରା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା ଅଦାଲତ) ଶ୍ରୀମତୀ ଗୀତାଞ୍ଜଳି ନନ୍ଦ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଭିଜିତ କୁମାର ପୁରୋହିତ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀ/ନିଶା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଢେଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲ୍ଲିକ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସରକାରୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏତଦବ୍ୟତୀତ ଜିଲ୍ଲା ଓକିଲ ସଂଘର ସଦସ୍ୟ ମଳୟ ପାଣିଗ୍ରାହୀ, ଜିଲ୍ଲା ଓକିଲ ସଂଘର ସମ୍ପାଦକ ଟଙ୍କଧର ବେହେରା ଢେଙ୍କାନାଳ ଜିଲ୍ଲା ବଧିର ସଂଘର ସଭାପତି ମନୋରଞ୍ଜନ ସାମଲ, ଉପସଭାପତି ବସନ୍ତ କୁମାର ପଟ୍ଟନାୟକ ଓ ପ୍ରଣବ ଦାସ, ପୃଷ୍ଟପୋଷକ ଦୀପକ ପ୍ରସାଦ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଶତପଥୀ, ମୌଖିକ ଅନୁବାଦକ ସୋନାଲି ସାମଲ ଓ ଅନ୍ୟାନ୍ୟ ସଭ୍ୟା ସଭ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅରୁଣ ପଟ୍ଟନାୟକ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମଳୟ ରଞ୍ଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବଙ୍କ ପ୍ରଚେଷ୍ଠାରେ ଜିଲ୍ଲା ପ୍ରସାଶନ ଦ୍ୱାରା ପ୍ରତିଦିନ କୋର୍ଟକୁ ଆସୁଥିବା ଦିବ୍ୟାଙ୍ଗ ମାନଙ୍କ କୋର୍ଟ ପରିସରରେ ଯାତାୟାତ ପାଇଁ ୨ଟି ଚକ ଲଗା ଚୌକି ଯୋଗାଇ ଦେଇଥିଲେ । ଏହି ଚକ ଲଗା ଚୌକିକୁ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଉଦଘାଟନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି