ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଜିଲ୍ଲା କ୍ରୀଡା ସଂସଦ ତରଫରୁ ସଭ୍ୟମାନଙ୍କ ଠାରୁ ଏବଂ ଗ୍ରୀଷ୍ମକାଳୀନ ଶିବିରରେ ଯୋଗ ଦେଇଥିବା କ୍ରୀଡାବିତ୍ ଙ୍କଠାରୁ ସଂଗ୍ରହ ହୋଇଥିବା ୨୫,୦୦୦ ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତୀଙ୍କୁ ରିଲିଫ ପାଣ୍ଠିକୁ ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କ ନିମନ୍ତେ ପ୍ରଦାନ କରାଯାଇଛି । ଏହି ଟଙ୍କାକୁ ଚେକ ଆକାରରେ କାର୍ଯ୍ୟକାରୀ ସଭାପତି ଡ଼ଃ ଏନ.ସି. ପାଢ଼ୀ ସାଧାରଣ ସମ୍ପାଦକ ଅଶୋକ ସାହୁ ଏବଂ ଯୁଗ୍ମ ସାଧାରଣ ସମ୍ପାଦକ ବସନ୍ତ କୁମାର ପାଣିଗ୍ରାହୀ ଏବଂ ଅନ୍ୟ ସଭ୍ୟବୃନ୍ଦ ଅଂଶ ଗ୍ରହଣ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା