ଜିଲ୍ଲା ଦିବ୍ୟାଙ୍ଗ ସାଧନା କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସମଗ୍ର ଶିକ୍ଷା ଅଭିଯାନ,ଅନ୍ତର୍ନିବେଶି ଶିକ୍ଷା ବିଭାଗ ପକ୍ଷରୁ  ଭିନ୍ନକ୍ଷମ ଛାତ୍ରଛାତ୍ରୀ  ଓ ଅଭିଭାବକମାନଙ୍କ ବାକ୍ ଚିକିିତ୍ସା ଓ ଭୌତିକ ଚିକିତ୍ସାପାଇଁ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ର ଆଜି ଛତ୍ରପୁରଠାରେ  ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଛନ୍ତି। ଏହାକୁ   ଉପଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଦେବବ୍ରତ ସାହୁ, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା ସଂଯୋଜନା କରିଥିଲେ । ଆଜିକାର ତାଲିମ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାକବାଧିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପକରଣ ଓ ଶିକ୍ଷା ପଦ୍ଧତି ଅବଲମ୍ବନ କରି ବାଣୀ ବିକାଶ କରାଯିବା ସହ ଶାରୀରିକ ବାଧିତମାନଙ୍କୁ ଭୌତିକ ଚିକିତ୍ସା ଶାରୀରିକ ଦୁର୍ବଳତାକୁ ବିଭିନ୍ନ ବ୍ୟାୟାମ ଓ ଉପକରଣ ସାହାଯ୍ୟରେ ସଫଳତାର ସହ ଠିକ କରାଯିବାର ବ୍ୟବସ୍ଥା କରାଯାଇଛି । ଏହା ୨୦୧୫ ମସିହାରେ ତତ୍କାଳୀନ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଉଦଘାଟନ  କରିଥିଲେ । ଏହି ବିଭାଗର ମୁଖ୍ୟ ଭାବେ ଜିଲ୍ଲା ଦିବ୍ୟାଙ୍ଗ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡ଼ା, ମୁଖ୍ୟଯନ୍ତ୍ରୀ ମନୋଜ ବେହେରା ଏବଂ ସାବିତ୍ରୀବାଳା ଦାସ, ସରୋଜ ମୋହନ ପାଳ, ସନ୍ତୋଷ, ଅବିନାଶ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବଳ ଶିକ୍ଷକ ଡମ୍ବରୁ ଦୋରା, ବିଜୟ କୁମାର ବେହେରା, ପ୍ରଣବ ଶତପଥୀ, ଅଶ୍ୱିନୀ ପାଇକରାୟ, ଅଜୟ ସାହୁ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା