

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ୍ ୧୯ ନଂ ଜିଲ୍ଲା ପରିଷଦ ଜୋନ୍ ଉପ-ନିର୍ବାଚନ ଉପଲକ୍ଷେ ଆଜି ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ରଞ୍ଜିତ କୁମାର ପ୍ରଧାନ ଛତ୍ରପୁର ସ୍ଥିତ ବିସେଶ୍ୱର ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ରିକାପଲ୍ଲୀ ଛକ ଦେଇ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି, ରାଜ୍ୟ ସାଧାରଣ ସମ୍ପାଦକ ଭୢଗୁ ବକ୍ସିପାତ୍ର, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର କର, ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞନ ଦ୍ୟାନସାମନ୍ତରା, ଚୈତନ୍ୟ ପ୍ରଧାନ, ମଣ୍ଡଳ ସଭାପତି ନୀରଞନ ମହାରଣା, ଗାଣ୍ଡୁଧର ଗୌଡ, ସୀମାନ୍ଚଳ ବାଡତ୍ୟା, କନ୍ତାରୁ ଦଳେଇ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପିନାଥ ପଣ୍ଡା, ରାଜେଶ ସାହୁ, ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ପ୍ରବୀର ପାତ୍ର, ପ୍ରଦୀପ ମିଶ୍ର,ବସନ୍ତ ବେହେରା, ଲକ୍ଷ୍ମୀ ପଣ୍ଡା ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା






