

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ତା-୨୮.୦୨.୨୦୧୯ରିଖ ଗୁରୁବାର ଦିନ ବ୍ରହ୍ମପୁର ମହାନଗର ନିଗମ ବାସିନ୍ଦାଙ୍କ ନିମନ୍ତେ ଉଦ୍ଧିଷ୍ଟ ତଥା ବହୁ ପ୍ରତିକ୍ଷିତ ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ(ଅଟକଳ ମୂଲ୍ୟ ୪୯୮ କୋଟି ଟଙ୍କା)ର ଶୁଭ ଊଦଘାଟନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଅନୁଷ୍ଠିତ କରାଯିବ । ଏହି ଅବସରରେ ଗତକାଲି ସନ୍ଧ୍ୟାରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟାଳୟ ଠାରେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ମହାନଗର କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ତା- ୨୪.୦୨.୨୦୧୯ ରିଖ ସନ୍ଧ୍ୟା ୦୪ ଘଣ୍ଟା ସମୟରେ ବିଜେଡି ପରିବାରର ସମସ୍ତ ଯୁବ, ଛାତ୍ରଛାତ୍ରୀ, ମହିଳା ଓ ଜିଲ୍ଲାର କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପିଡବଲ୍ୟୁଡି ଆଇବି ଠାରେ ଅନୁଷ୍ଠିତ ହେବ । ତେଣୁ ସମସ୍ତ ପ୍ରିଣ୍ଟ ମିଡ଼ିଆ, ଇଲାକ୍ ଟ୍ରୋନିକ୍ ମିଡ଼ିଆ ଭାଇ ଓ ଭଉଣି ମାନଙ୍କୁ ଆସିବକୁ ଅନୁରୋଧ କରାଯାଇଛି । ଏହି ମହାନଗର ନିଗମ କମିଟି ବୈଠକରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାଊ ପଟ୍ଟନାୟକ, ବିଡିଏ ଅଧକ୍ଷ୍ୟ ଶ୍ରୀ ସୁବାସ ମହାରଣା, ଵିଜୟ ଚନ୍ଦ୍ର ସାମଲ, ପ୍ରମୋଦ ମହାରଣା, ରାସ ବିହାରୀ ଦାସ, ମୁକୁନ୍ଦ ଗୌଡ଼, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଦୁତୀକୃଷ୍ନ ମଲ୍ଲ, ଲୁନାମହାରଣା, ରାମନାଥ ତନ୍ତି, ସିମାନଞ୍ଚଳ ପଟ୍ଟନାୟକ, ଏନ୍ ଆପାରାଉ, ଗନେଶ ଚୌଧୁରୀ, ପ୍ରଭାତ ସାହୁ, ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ମହାନଗର କମିଟିର ବହୁ ସଦସ୍ୟ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

