

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଅଶୋକ ନଗର ପଡିଆ ସାହି ଠାରେ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବାଷ ମହାରଣାଙ୍କ ନେତୃତ୍ୱରେ ବ୍ରହ୍ମପୁରସ୍ଥିତ ମହାନଗର ନିଗମର ୩୧ନଂ ୱାର୍ଡର ସ୍ଥାନୀୟ ଅଞ୍ଚଳବାସୀଙ୍କୁ ୧ ହଜାର ଚାରା ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ମୋ ପରିବାର ଓ ଜୀବନ ବିନ୍ଦୁ ଉତ୍ତର ଦାୟୀ ତଥା ପୁର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଏ. ସନ୍ତୋଷ ପାତ୍ର ପ୍ରମୁଖ ଯୋଗଦେଇ ଚାରା ବଣ୍ଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଯୁବ ବଜେଡି ସଭାପତି ଏନ. ଧନଞ୍ଜୟ ରାଓ, ମହାନଗର ସଭାପତି ବଜିୟ ସାମଲ, ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
