ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଗାନ୍ଧିନଗର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ପତାକା ଉତ୍ତୋଳନ କରିଥିଲେ l ଏହାପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର ମାଲ୍ୟପର୍ଣ କରିଥିଲେ l ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ପୌରହିତ୍ୟ କରି ଭାରତ ବର୍ଷର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ସ୍ୱାଧୀନତା ଦିବସ ଅବସରରେ ରେଡ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଜିଲ୍ଲା ବିଜେପି ତରଫରୁ “ସହାୟ” ସ୍ୱାସ୍ଥ୍ୟ ଆପର ଶୁଭ ଆରମ୍ଭ କରାଯାଇଥିଲା l ଏଥିରେ ପ୍ରଥମ ପର୍ଯ୍ୟାୟରେ ୪ଟି ଆମ୍ବୁଲାନ୍ସର ସୁବିଧା ସହ ମାଗଣା ଔଷଧ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା l ଏହାସହ ମହାପ୍ରୟାଣ ଗାଡିର ସୁବିଧା ରହିଛି l ଏହି ଆପ ଜରିଆରେ ଲୋକମାନେ ଡାକ୍ତର ମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଇପାରିବ l ଏଥିପାଇଁ ଟୋଲ ପ୍ରି’ ନମ୍ବର ୧୮୦୦୧୦୨୨୧୩୫ର ମଧ୍ୟ ଶୁଭାରମ୍ଭ କରାଯାଇଛି l ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଦୀର୍ଘ ୫ ମାସ ହେଲା ଲୋକମାନଙ୍କୁ ମାଗଣା ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ, ଅସହାୟ ରୋଗୀଙ୍କୁ ମେଡିକାଲରେ ସ୍ୱାସ୍ଥ୍ୟ ସେବାରେ ସାହାଯ୍ୟ, ରକ୍ତଦାନ କରି ଆସୁଛନ୍ତି l ତେଣୁ କରୋନା ଭଳି ଘଡ଼ିସନ୍ଧି ମୁହୂର୍ତୁରେ ଜିଲ୍ଲାବାସି ଡାକ୍ତର ଓ ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବିଜେପି ପକ୍ଷରୁ ଏହି ସ୍ୱାସ୍ଥ୍ୟ ଆପ ଆରମ୍ଭ କରାଯାଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି l ଡାକ୍ତର ସୁବାଷ ସାହୁ ଓ ଡାକ୍ତର ଅମୁଲ୍ୟ ଚୌଧୁରୀଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଗଠନ ହୋଇଥିବା ବେଳେ ଶବ ସତ୍କାର ପାଇଁ ଏନ ରାଜେନ୍ଦ୍ର କୁମାର ଏବଂ ରାମ କୁମାର ପାତ୍ରଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ ଗଠିତ ହୋଇଥିବା ଜଣାଯାଇଛି l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା