ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଉପହାର କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ମହାସଂଘ ପକ୍ଷରୁ ଉପହାର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ କୋଭିଡ଼ – ୧୯ ମହାମାରୀ ଯୋଗୁଁ ସ୍ୱଳ୍ପ ସଂଖ୍ୟକ ୫୧ ଜଣ ଭିନ୍ନକ୍ଷମ ଲୋକଙ୍କୁ ନେଇ ଆୟୋଜିତ ଉତ୍ସବରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଏହି ଅନୁଷ୍ଠାନ ଭିନ୍ନକ୍ଷମ ବ୍ୟକ୍ତି ଓ ସେମାନଙ୍କ ପରିବାରର ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଏସ୍ ପ୍ରଭାକର ରାଓ, ଭିନ୍ନକ୍ଷମ କଲ୍ୟାଣ ମହାସଂଘର ଉପସଭାପତି ନାରାୟଣ ସାହୁ ଓ କାର୍ଯ୍ୟକାରୀ ସଦସ୍ୟ ଚିରଞ୍ଜିବି ପାତ୍ର ଯୋଗଦେଇ ଭିନ୍ନକ୍ଷମତାର ନିରାକରଣ ଓ ଥଇଥାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ସମସ୍ତେ ମିଶି ଏମାନଙ୍କ ପାଇଁ କାମ କରିଲେ ଏକ ସୁନ୍ଦର ସମାଜ ଗଠନର ସ୍ୱପ୍ନ ସାକାର ହୋଇପାରିବ ବୋଲି କହିଥିଲେ । ଏହି ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଭିନ୍ନକ୍ଷମଙ୍କୁ ମାସ୍କ, ଗୋଟିଏ ଲେଖାଏଁ ପ୍ଲାଷ୍ଟିକ ବାଲ୍ଟି, ୧୦ କେଜି ଲେଖାଏଁ ଚାଉଳ, ଗୋଟିଏ ଲେଖାଏଁ କମ୍ବଳ ଓ ୨୧ ଟଙ୍କା ଲେଖାଏଁ ଉପହାର ସ୍ୱରୂପ ପ୍ରଦାନ କରାଯିବା ସହ ସମସ୍ତଙ୍କୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା । ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡ।. ଆପ। ଆନନ୍ଦ ରାଓଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ସମର୍ଥର କର୍ମଚାରୀମାନେ ସହଯୋଗ କରିଥିଲେ । ଶେଷରେ ରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା