

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମୂଖରେ କିନ୍ନରମାନଙ୍କ ଦ୍ଵାରା ଏକ ଜଳଖିଆ ଦୋକାନ ଏସପି ସାରା ଶର୍ମାଙ୍କ ପ୍ରୟାସରେ ଆରମ୍ଭ ହୋଇଯାଇଛି । ଏସପି ସାରା ଶର୍ମାଙ୍କ ପ୍ରୟାସରେ କିଛିଦିନ ପୂର୍ବରୁ ଏକ ଓଫେଡ଼ ଷ୍ଟଲ ଆରମ୍ଭ କରାଯାଇଥିଲା । କିଛିଦିନ ମଧ୍ୟରେ ପୁଣି ଏକ ଜଳଖିଆ ଦୋକାନ କରିବା ଦ୍ଵାରା କିନ୍ନରମାନଙ୍କ ରୋଜଗାର ବଢିବାର ଏକ ରାସ୍ତା ବୋଲି କିଛି ବରିଷ୍ଠ ଲୋକ ଏସପି ସାରା ଶର୍ମାଙ୍କୁ ପ୍ରଶଂସା କରିଛନ୍ତି । ଏହି ସୁରଭି ଜଳଖିଆ ଦୋକାନକୁ ଫିତା କାଟି ଜିଲାପାଳ ଅନୁପମ ଶାହା ଶୁଭ ଆରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଏଏସପି ସୀତାରାମ ଶତପଥୀ, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲାପାଳ, ଆରକ୍ଷୀ ଅଧ୍ୟକ୍ଷ ସେଠାରେ ପ୍ରସ୍ତୁତ ହୋଇଥିବା ଜଳଖିଆ ଖାଇ ପ୍ରଶଂସା କରିବା ସହ ସବୁଦିନ ଏହିଭଳି କୋଲଖିଆ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଏହି ଅବସରରେ ଏସପି ସାରା ଶର୍ମା କହିଛନ୍ତି ଯେ ଏଠାରେ ସବୁ ପ୍ରକାରର ଖାଇବା ଜିନିଷ ପ୍ରସ୍ତୁତ କରି ବିକ୍ରି କରାଯାଉଛି ଯାହା ଫଳରେ ରୋଗୀମାନେ କିମ୍ବା ରୋଗୀଙ୍କ ପରିବାରର ସଦସ୍ୟ ମାନେ କିଣି ଖାଇପାରିବେ ଏବଂ ଏହି ଦୋକାନ ଚିକିତ୍ସାଳୟକୁ ଆସୁଥିବା ସମସ୍ତ ସଦସ୍ୟଙ୍କ ବହୁ ସାହାର୍ଯ୍ୟରେ ଆସିବ ବୋଲି କହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା
