

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ବ୍ରହ୍ମପୁର ସ୍ଥିତ ଲାଂଜିପଲ୍ଲୀ କାଞ୍ଜିଆମ୍ମା ମନ୍ଦିର ନିକଟରେ ନାଳ ଓ କଲଭଟ ନିର୍ମାଣରେ ନିଯୁକ୍ତି କରାଯାଇଥିବା ଶ୍ରମିକମାନଙ୍କ କାର୍ଯ୍ୟରତ ବେଳେ ପରିଦର୍ଶନ କରି ଶ୍ରମିକ ପ୍ରମାଣପତ୍ର ହିତାଧିକାରୀମାନଙ୍କୁ ଚିହ୍ନଟ କରି ପଞ୍ଜିକୃତ କରାଯାଇଛି । ସରକାରଙ୍କ ନୂତନ ଶ୍ରମ ନିୟମ ପ୍ରକାରେ ଜିଲ୍ଲା ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ସହଯୋଗୀ ବିଜୟ ମଲ୍ଲିକ ଓ ସୁନୀଲ କୁମାର ଦାସ ଚିହ୍ନଟ କରିଥିଲେ । ଏହି ନିର୍ମାଣ କାର୍ଯ୍ୟରେ ପ୍ରାୟ ତିରିଶି ଜଣ ଶ୍ରମିକ କାର୍ଯ୍ୟରତ ଥିଲେ । ବ୍ରହ୍ମପୁର ସହରର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଉପନଗରପାଳ ଡ଼ଃ ଭଗବାନ ଗନ୍ତାୟତଙ୍କ ଉପସ୍ଥିତିରେ ଜିଲ୍ଲା ଶ୍ରମ ଅଧିକାରୀ ସହ କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦାନ କରି ସକକାରୀ ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ଦିଗରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


