ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ସ୍କୁଲ ବସ, ଅଟୋ ରିକ୍ସାରେ ସ୍କୁଲ ପିଲାମାନଙ୍କୁ ନେବା ସମୟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ, ବସର ଛାତ ଉପରେ ବସିବା ମନା, ଡିସେମ୍ବର ପହିଲା ଠାରୁ ଏମଭି ଏକଟକୁ କଡାକଡି ଭାବେ ପାଳନ କରାଯିବ, ବେନିୟମ ଭାବେ ବସ ରହଣି ମନା, ବସର ଫିଟନେସକୁ କଡାକଡି ଭାବେ ଯାଞ୍ଚ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ଜାତୀୟ ରାଜପଥ ଓ ଟ୍ରାଫିକ ଅଞ୍ଚଳରେ ସିସିଟିଭି ଲଗାଯିବ । ଏହା ଜରିଆରେ ଆଇନ ଭଙ୍ଗକାରିଙ୍କ ଚାଲାଣ କଟାଯିବ । ଜାତୀୟ ରାଜପଥରେ ଗାଈ ଗୋରୁ ଚଳାଚଳ ନିଷେଧ ହେବ । ମାଲିକମାନେ ଗାଈକୁ ମନ ଇଚ୍ଛା ଛାଡି ଦେଉଛନ୍ତି । ଯାହା ଫଳରେ ଗାଈଗୋରୁ ମାନେ ଜାତୀୟରାଜପଥ ଏବଂ ବିଭିନ୍ନ ବସଷ୍ଟାଣ୍ଡ ରହିବା ଦ୍ୱାରା ସଡକ ଦୁର୍ଘଟଣା ଘଟୁଛି । ଜିଲ୍ଲାରେ ଜାନୁୟାରୀ ମାସ ଠାରୁ ଆଜି ସୁଦ୍ଧା ୭୭୩ଟି ସଡକ ଦୁର୍ଘଟଣାରେ ୪୨୪ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଉପଆରକ୍ଷୀ ଅଧିକ୍ଷିକ ରାମକୃଷ୍ଣ ପତି, ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଏମଭିଆଇ ସମୀର କୁମାର ଦଳାଇ, ସଡ଼କ ସୁରକ୍ଷା କମିଟିର ସଭ୍ୟ ତଥା ଯୁବ ସାମ୍ବାଦିକ ବସନ୍ତ କୁମାର ମହାରଣା, ଅନିଲ କୁମାର ପାଢ଼ୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା