

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଭାବା ନଗର ସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ବିଜେଡିରେ ଯୋଗଦାନ କରିଥିବା ଛତ୍ରପୁର ନିର୍ବଚନ ମଣ୍ଡଳୀର ବରିଷ୍ଟ ନେତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନା ଅନୁଯାୟୀ ଗତ ୧୧ ତାରିଖରେ ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କ ନେତୃତ୍ୱରେ ଭୂବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସାଂଗଠନିକ ସମ୍ପାଦକ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାଶଙ୍କ ଉପସ୍ଥିତିରେ ବିଜେପି ଓ କଂଗ୍ରେସ ଦଳ ତ୍ୟାଗ କରି ଶତାଧିକ କର୍ମିଙ୍କ ସହ ଯୋଗଦାନ କରିଥିଲେ ବରିଷ୍ଟ ନେତମାନେ । ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଏହି ସମୟରେ ଉପ ସଭାପତି ସଞ୍ଜିତ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ସମ୍ପାଦିକା ପଲାକୀ ଆଶାରାଣି ଉପସ୍ଥିତ ରହିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଟ ନେତା ପି. ଧର୍ମା ରେଡ୍ଡୀ, ବ୍ରଜ ମୋହନ ଆଚାର୍ଯ୍ୟ, ଏଲ ଗୋପାଳ ରାଓ, ବାଦଲ ବେହେରା,ମନୋଜ ପାଢୀ, ଫିରୋଜ ବେହେରା, ଏନ ୱର୍ଦ୍ଧା ରାଜୁ ରେଡ୍ଡୀ, ଅଶ୍ୱିନୀ ବେହେରା, ରବିନ୍ଦ୍ର ସାହୁଙ୍କୁ ଉପଢୋକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରୁ ସୃଦୃଢ କରିବା ସହ ଦଳର ଶୃଙ୍ଖଳିତ କର୍ମି ଭାବେ ସମସ୍ତେ କାର୍ଯ୍ୟ କରିବେ ବୋଲି ନବ ଯୋଗଦାନ କର୍ମିମାନେ କହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା