ରାୟଗଡା (ସମୃଦ୍ଧ ଓଡିଶା)ଅଙ୍ଗନବାଡି କେନ୍ଦ୍ରରେ ସ୍ୱୟଂଶାହୟକ ଗ୍ରୁପ (ଏସଏଚ୍ଜି) ଦ୍ୱାରା ରନ୍ଧା ଖାଦ୍ୟ ପ୍ରଦାନ କରୁଥିବାରୁ ଏହାକୁ ବିରୋଧ କରି ଶୁକ୍ରବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କଅଁରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କାଶୀପୁର ଶାଖାର ଅନ୍ତର୍ଗତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାରର୍କସ୍ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି । ୧୯୯୨ ମସିହାରୁ ଅଙ୍ଗନବାଡି କର୍ମୀ ସାରକାରଙ୍କ ନିର୍ଦେଶକୁ ପାଳନ କରି ଆସୁଥିବା ବେଳେ ବର୍ତ୍ତମାନ ପୂର୍ବ ନିର୍ଦେଶକୁ ବେଖାତିର କରି ନ୍ୟସ୍ତସ୍ୱର୍ଥ ବ୍ୟକ୍ତଙ୍କ ଦ୍ୱାରା ପରିଚାଳିତ ସ୍ୱୟଂଶାହାୟକ ଗୋଷ୍ଠୀ(ଏସଏଚ୍ଜି)ଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିବାରୁ ଏପରି ନଷ୍ପତ୍ତି ନିନ୍ଦନୀୟ ବୋଲି ସଂଘ ଦାବିପତ୍ରରେ ଦର୍ଶାଇଛି । ଏଥିସହ ୨୦୦୯ ମସିହାରୁ ଗସ୍ତ ଖର୍ଚ୍ଚ ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ଉକ୍ତ ଟଙ୍କା ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରାଯାଇ ନାହିଁ । ତାଛଡା ଦୀର୍ଘ ୪ମାସରୁ ଉର୍ଦ୍ଧ କର୍ମୀଙ୍କ ଦରମା ଦିଆଯାଇନଥିବାରୁ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଆନ୍ଦୋଳନ ଦାନା ବାନ୍ଧୁଛି ବୋଲି ସଂଘ ସଭାପତି ମଞ୍ଜୁଲତା ପଣ୍ଡା ସୂଚନା ଦେଇଛନ୍ତି । ଯଦି ଆଗାମୀ ଦିନରେ ଉପରୋକ୍ତ ଦାବିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତର ସହ ବିଚାର ନକରନ୍ତି ଆସନ୍ତା ଶ୍ରମିକ ଦିବସରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ନେଇ ସଂଘ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଅବସରରେ ମଜଦୁର ସଂଘ ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ, ସମ୍ପାଦକ ଖଗେଶ୍ୱର ସିଂ, ଏବଂ ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ସଂଘର ସମ୍ପାଦିକା ଗୌରୀ ପଣ୍ଡାଙ୍କ ସମେତ କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଧଳ ଓ ସୌଦାମିନୀ ମହାପାତ୍ର ଏବଂ ସଂଘର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ରହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅଙ୍ଗନବାଡି କର୍ମୀଙ୍କ ସ୍ମାରକପତ୍ର ଅଙ୍ଗନବାଡି କେନ୍ଦ୍ରରେ ସ୍ୱୟଂଶାହୟକ ଗ୍ରୁପ (ଏସଏଚ୍ଜି) ଦ୍ୱାରା ରନ୍ଧା ଖାଦ୍ୟ ପ୍ରଦାନ କରୁଥିବାରୁ ଏହାକୁ ବିରୋଧ କରି ଶୁକ୍ରବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କଅଁରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । କାଶୀପୁର ଶାଖାର ଅନ୍ତର୍ଗତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାରର୍କସ୍ ପକ୍ଷରୁ ଏହି ସ୍ମାରକପତ୍ର ଦିଆଯାଇଛି । ୧୯୯୨ ମସିହାରୁ ଅଙ୍ଗନବାଡି କର୍ମୀ ସାରକାରଙ୍କ ନିର୍ଦେଶକୁ ପାଳନ କରି ଆସୁଥିବା ବେଳେ ବର୍ତ୍ତମାନ ପୂର୍ବ ନିର୍ଦେଶକୁ ବେଖାତିର କରି ନ୍ୟସ୍ତସ୍ୱର୍ଥ ବ୍ୟକ୍ତଙ୍କ ଦ୍ୱାରା ପରିଚାଳିତ ସ୍ୱୟଂଶାହାୟକ ଗୋଷ୍ଠୀ(ଏସଏଚ୍ଜି)ଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଥିବାରୁ ଏପରି ନଷ୍ପତ୍ତି ନିନ୍ଦନୀୟ ବୋଲି ସଂଘ ଦାବିପତ୍ରରେ ଦର୍ଶାଇଛି । ଏଥିସହ ୨୦୦୯ ମସିହାରୁ ଗସ୍ତ ଖର୍ଚ୍ଚ ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ ଉକ୍ତ ଟଙ୍କା ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରାଯାଇ ନାହିଁ । ତାଛଡା ଦୀର୍ଘ ୪ମାସରୁ ଉର୍ଦ୍ଧ କର୍ମୀଙ୍କ ଦରମା ଦିଆଯାଇନଥିବାରୁ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ଆନ୍ଦୋଳନ ଦାନା ବାନ୍ଧୁଛି ବୋଲି ସଂଘ ସଭାପତି ମଞ୍ଜୁଲତା ପଣ୍ଡା ସୂଚନା ଦେଇଛନ୍ତି । ଯଦି ଆଗାମୀ ଦିନରେ ଉପରୋକ୍ତ ଦାବିପ୍ରତି ଜିଲ୍ଲା ପ୍ରଶାସନ ଗୁରୁତର ସହ ବିଚାର ନକରନ୍ତି ଆସନ୍ତା ଶ୍ରମିକ ଦିବସରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଘେରାଓ କରାଯିବା ନେଇ ସଂଘ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଅବସରରେ ମଜଦୁର ସଂଘ ଜିଲ୍ଲା ସଭାପତି ଯୋଗେଶ୍ୱର ଦାସ, ସମ୍ପାଦକ ଖଗେଶ୍ୱର ସିଂ, ଏବଂ ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ସଂଘର ସମ୍ପାଦିକା ଗୌରୀ ପଣ୍ଡାଙ୍କ ସମେତ କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଧଳ ଓ ସୌଦାମିନୀ ମହାପାତ୍ର ଏବଂ ସଂଘର ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ତିତ ରହିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ