ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଙ୍କର-ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୁନୀତି ବିଭାଗ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୁନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି । ସକାଳ ୭ ଘଣ୍ଟା ସମୟରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ଓ ଶିକ୍ଷକ ଏବଂ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ଓ ଗୁରୁଜୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହାତରେ ପ୍ଳାକାଟ ଧରି ବିଭିନ୍ନ ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ । ଏହି ସଚେତନତା ଶୋଭାଯାତ୍ରାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଡଃ ବୃଷକେତ ଦାସ ଓ ଭିଜିଲାନ୍ସ ଇନିସପେକ୍ଟର ଡି. ବାସୁଦେବ ରାଓ ଯୋଗଦେଇ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଗ୍ରାମିଣ ଆମ୍ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଚଳିତ ବର୍ଷର ଦୁନୀତି ନିବାରଣ ବିଭାଗର ଜନବାତା “ସଚୋଟତା-ଏକ ଜୀବନ ଶୈଳୀ” ଉପରେ ଆଲୋଚନା ଚକ୍ର ଓ ସଚେତନତା ସଭା ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବ୍ରହ୍ମପୁର ସେଣ୍ଟ୍ରାଲ୍ ରୋଟାରୀ କ୍ଲବ ସହଯୋଗିତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅନ୍ୟ ମାନଙ୍କ ମଧ୍ୟରେ ଭିଜିଲାନ୍ସ ବିଭାଗ ଅତିରିକ୍ତ ଏସପି ଶାନ୍ତନୁ କୁମାର ପାଢି, ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଡଃ. ଜିତେନ୍ଦ୍ର ନାଥ ପଟ୍ଟନାୟକ ପ୍ରମୁଖ୍ୟ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଅନୀତି ଓ ଦୁନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ କରିଥିଲେ । ଅନ୍ୟ ପକ୍ଷରେ କୈାଣସି କ୍ଷେତ୍ରରେ ଦୁନୀତି ହେବାର ଖବର ଜାଣିଲେ ସେମାନେ ସ୍ଥାନୀୟ ଭିଜିଲାନ୍ସ ବିଭାଗ ନଚେତ୍ ଟୋଲ-ଫ୍ରି ନମ୍ବର ୦୬୮୦-୨୨୮୨୩୦୦କୁ ଡାଇଲ କରି ଜଣାଇବା ବ୍ୟକ୍ତିଙ୍କ ନାମ ଓ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ ବୋଲି କହିଥିଲେ । ବିଭିନ୍ନ କ୍ଷେତ୍ରରେ ସ୍ୱଚ୍ଛତାର ସହ ସାଧୁତା ଓ ସଚୋଟତା ରହିଲେ ହିଁ ଏକ ଦୁନୀତି ମୁକ୍ତ ସୁସ୍ଥ ସମାଜ ଗଠନ ଦିଗରେ ବେଶ ସାହାୟକ ହେବ ବୋଲି ମଞ୍ଚାସୀନ ଅତିଥି ମାନେ କହିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ପ୍ରାରମ୍ଭରେ ଭିଜିଲାନ୍ସ ଇନିସପେକ୍ଟର ଡି. ବାସୁଦେବ ରାଓ ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମର ବରିଷ୍ଠ କର୍ମଚାରୀ ଅଚ୍ୟୁତାନନ୍ଦ ବସ୍ତିୟା ସଭାର ସଂଯୋଜନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା