ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ଜିଲ୍ଲା ସ୍ତରୀୟ ପଲିଶ୍ରୀ ମେଳା ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପୂର୍ବରୁ ମହାରାଜା ଗୋପିନାଥ ଗଜପତିଙ୍କ ପ୍ରତିମୂର୍ତ୍ତିରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଶ୍ରଦ୍ଧାଞ୍ଜଳି ଦେଇ ଏହି ପଲିଶ୍ରୀ ମେଳାକୁ ଉଦଘାଟନ କରିଥିଲେ । ଏହି ପଲିଶ୍ରୀ ମେଳା ଦ୍ଵାରା ଜିଲ୍ଲା ଓ ବାହାରେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଲାଭ ବାନ ହେବା ସହ ସେମାନଙ୍କ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ସାହୟକ ହୋଇପାରିବ ବୋଲି କହିଥିଲେ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମ ଚାରି ଦିନ ଧରି ଚାଲୁରହିବ । ଏହି ମେଳା ପ୍ରଦର୍ଶନ ନିମନ୍ତେ ୨୩୦ ଗୋଟି ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ ୧୦୦ ଗୋଟି ଷ୍ଟଲ ପଲିଶ୍ରୀ ମେଳା ପାଇଁ ଖୋଲା ଯାଇଛି । ଏହି ମେଳାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଦ୍ୱାରା ମାଣ୍ଡିଆ, ହଳଦୀ, ମସଲା, ଧୁବକାଠି, ଆଚାର, ଅଦା ଏବଂ ବିଭିନ୍ନ ବନଜାତ ସାମଗ୍ରୀ, ଘରୋଇ ଉପକରଣ ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ପାଇଁ ରଖାଯାଇଛି । ସେହିଭଳି ଖାଦ୍ୟ ଷ୍ଟଲ ମଧ୍ୟ ଖୋଲାଯାଇଛି । ପ୍ରଶାସନ ପକ୍ଷରୁ ବନବିଭାଗ, ସମ୍ମାନିତ ଆଦିବାସୀ ସଂସ୍ଥା, କୃଷି ବିଭାଗ, ଶିଶୁ ସୁରକ୍ଷା ଇତ୍ୟାଦି ବିଭାଗର ଷ୍ଟଲ ଗୋଟିକ ମଧ୍ୟ ଆକଷଣରେ ଖୋଲାଯାଇଛି । ଏହି ସବ ଷ୍ଟଲ ଗୋଟିକୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଜା ଗୋପିନାଥ ଗଜପତି ଦେବଙ୍କର ମୃତ୍ୟୁ କାରଣରୁ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଗଜପତି ଉତ୍ସବକୁ ବାତିଲ କରାଯାଇଥିବା ବେଳେ କେବଳ ପଲାଶ୍ରୀ ମେଳା ନିଶାମ୍ବରରେ ଅନୁଷ୍ଠିତ ହେବା ପାଇଁ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିଲା ।
ରିପୋର୍ଟ – କୃଷ୍ଣ କୁମାର ବେହେରା