ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ : ଲୋକାର୍ପିତ ହେଲା ସବୁଜ ରଥ

ଗଞ୍ଜାମ(ସମୃଦ୍ଧ ଓଡିଶା)ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟସ୍ଥ ସୁନ୍ଦରାପଲ୍ଲୀ ଠାରେ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ରାଜ୍ୟ ସରକାରଙ୍କ ଜଙ୍ଗଳ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଭି କିର୍ତ୍ତୀ ୱାସନ ଯୋଗ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଛତ୍ରପୁର ଉପ ଜିଲ୍ଲାପାଳ ପ୍ରଶନ୍ନ କୁମାର ପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ସର୍ବ ପ୍ରଥମେ ଅତିଥିମାନେ ଚାରା ରୋପଣ କରିଥିଲେ। ଏହାପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ନୂତନ ପ୍ରୟାସ ସବୁଜ ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ସେହିପରି ଚଳିତ ବର୍ଷ ପରିବେଶର ସୁରକ୍ଷା ସହିତ ବୃକ୍ଷ ରୋପଣ ପାଇଁ ୧୬ଜଣ ଶିକ୍ଷାବିତ ଓ ସମାଜସେବୀଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଜଙ୍ଗଳର ସୁରକ୍ଷା ପାଇଁ ୪ ଗୋଟି ଉପଖଣ୍ଡ ସ୍ତରୀୟ ବିଜୁ ପଟ୍ଟନାୟକ କନଜରଭେଟର ଆୱାର୍ଡ ପ୍ରଦାନ କକରାଯାଇଥିଲା। ଏହି ଅବସରରେ ପ୍ରତି ବନାଞ୍ଚଳରେ ଗୋଟିଏ ଲେଖାଏଁ ସବୁଜ ରଥ ଲୋକାର୍ପିତ ହୋଇଥିବା ଏହା ଆସନ୍ତା ଏକ ମାସ ଧରି ପ୍ରତି ଗ୍ରାମକୁ ଗ୍ରାମ ବୁଲିବ। ଏହି ରଥରୁ ଜନ ସାଧାରଣ ବିଭିନ୍ନ ପ୍ରକାରର ଔଷଧିୟ ଓ ଫଳ ଜାତୀୟ ବୃକ୍ଷ ଚାରାକୁ ଏକ ଟଙ୍କା ଦେଇ କ୍ରୟ କରିପାରିବେ। ସେହିପରି ଗ୍ରାମାଞ୍ଚଳର ଜଣେ ବ୍ୟକ୍ତି ୧୦ ଗୋଟି ଚାରା ଏବଂ ସହରାଞ୍ଚଳରେ ଜଣେ ବ୍ୟକ୍ତି ୫ ଗୋଟି ଚାରା ନେଇ ପାରିବେ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋକର ସୂଚନା ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋକର ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉତ୍ତର ଘୁମୁଷର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଗଞ୍ଜାମ ଜିଲ୍ଲା ଇକୋ କ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ରୁଦ୍ର ରଥ, ରଜତ ମିଶ୍ର, ମନୋଜ ପାତ୍ର, ବନପାଳ ଗିରିଶ ରୟ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା