

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଷ୍ଟାଡିୟମ ଠାରେ ଆୟୋଜିତ ଏହି ବିଶାଳ ଆଇନ ସେବା ଶିବିରରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି କୁମାରୀ ସଞ୍ଜୁ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ । ତାଙ୍କ ଉଦବୋଧନରେ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଦାରିଦ୍ର୍ୟ ଦୂରୀକରଣ ଯୋଜନା ୨୦୧୫ର ଲୋକାଭିମୁଖୀ ପଦକ୍ଷେପ ଉପରେ ଆଲୋକପାତ କରି କହିଥଲେ ଯେ ଭାରତ ଏକ ଜନ ମଙ୍ଗଳ ରାଷ୍ଟ୍ର, ଆଇନ ସେବା ଯୋଗାଇ ଦେବା ପାଇଁ ସୁବ୍ୟବସ୍ଥା ରହିଛି । ବିଶେଷ କରି ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲ୍ଲା ମୂଖ୍ୟ ବିଚାରପତି ଜିଲ୍ଲାପାଳ ଅନୁପମ ସାହା, ଆରକ୍ଷୀ ନିରୀକ୍ଷକ ସାରା ଶର୍ମା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ସ୍ୱାଧା ଦେବ ସିଂ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀଙ୍କୁ ନ୍ୟାୟ ଦେବା ପାଇଁ ସର୍ବଦା ପ୍ରସ୍ତୁତ ଅଛୁ ବୋଲି ଭରସା ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗ ପକ୍ଷରୁ ଷ୍ଟଲ୍ ଗୁଡିକ ଖୋଲାଯାଇ ହିତାଧିକାରୀଙ୍କୁ ଆଇନ ସେବା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇ ଆଇନ ସହାୟତା ସହ ନିଜ ଅଧିକାର ବିଷୟରେ ସଚେତନ ହୋଇଛନ୍ତି । ସାମ୍ବାଦିକ ସୀତାନାଥ ପଣ୍ଡାକୁ ମୁଖ୍ୟ ଅତିଥି ଠାରୁ ଇନ୍ସୁରାନ୍ସ ପରେ ଚେକ ପ୍ରଦାନ କରିଥିଲେ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଓକିଲ ସଂଘର ସଭାପତି ରାମନାଥ ମିଶ୍ର ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

