ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ସମଗ୍ର ଶିକ୍ଷା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯାଜକ ସୁଧାନନ୍ଦ ପରିଡା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ସଚ୍ଚିଦା ନନ୍ଦ ମିଶ୍ର, ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ଶିକ୍ଷା ସଂଯୋଜକ ଓ ସମଗ୍ର ଶିକ୍ଷାର ସମସ୍ତ କର୍ମକର୍ତ୍ତା, ସମସ୍ତ ବ୍ଲକ ଯୋଜନା ସଂଯୋଜକ ଓ SATH-E team ତରଫରୁ ଶ୍ରୀମତୀ ତେଜସ୍ୱିନୀ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବିଗତ ଛଅ ମାସ ଧରି SATH-E team ତରଫରୁ କରାଯାଉଥିବା ସର୍ବେକ୍ଷଣ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରିଥିବା ସ୍ଥଳେ ଅକ୍ଟୋବର ଓ ନଭେମ୍ବର ମାସ ଦୁଇ ମାସ ଧରି ସମଗ୍ର ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଆସୁଥିବାରୁ ଜିଲ୍ଲାପାଳ ସମସ୍ତ ଇଣ୍ଡିକେଟର ଉପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ସହିତ ପୁଙ୍ଖନୁପୁଙ୍ଖ ଆଲୋଚନା କରିଥିଲେ । ଯେଉଁ ଇଣ୍ଡିକେଟର ଗୁଡିକରେ ବିଦ୍ୟାଳୟ ମାନଙ୍କରେ ଉର୍ନତି ସାଧନାରେ ଅସୁବିଧା ଉପୁଜୁଛି ବେକ୍ତିଗତ ଭାବରେ ପହଂଚି ଆସନ୍ତା ମାସ ପୂର୍ଵରୁ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ । ଆଗାମୀ ଦିନରେ ଏହି ପ୍ରକାରର ଦଳଗତ ପ୍ରୟାସ ଜାରି ରଖିବାକୁ ଓ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲାପାଳ ଏ ଦିଗରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଯେଉଁ ମାପକ ଗୁଡିକରେ ଜିଲ୍ଲା ତଥା ବ୍ଲକର ମାନ କମ ରହୁଛି ସେଗୁଡିକର ବ୍ଲକ ୱାରୀ ସମୀକ୍ଷା କରିବା ସହିତ କିପରି ଏହାର ମାନ ଉନ୍ନତ କରାଯାଇ ପାରିବ ସେଥିପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ନଭେମ୍ବର ମାସରେ ସବୁ ମାପକର ହାରାହାରି ସଫଳତା ଭିତ୍ତିରେ ଓଡ଼ପଡ଼ା ବ୍ଲକ ଜିଲ୍ଲାରେ ପ୍ରଥମ ସ୍ଥାନ ଓ ରାଜ୍ୟରେ ୨୦ତମ ସ୍ଥାନ ଅଧିକାର କରିଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ବ୍ଲକର ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଆସନ୍ତା ମାସ ଠାରୁ ପ୍ରଥମ ସ୍ଥାନରେ ରହୁଥିବା ୩ ଗୋଟି ବ୍ଲକକୁ ପ୍ରଶଂସା ପତ୍ର ଦେବା ସହିତ ଶେଷ ସ୍ଥାନରେ ରହୁଥିବା ୩ ଗୋଟି ବ୍ଲକକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଅଧୀନରେ ଶତ ପ୍ରତିଶତ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ ସଂଯୋଗୀକରଣ, ଶୌଚାଳୟର ପରିଚ୍ଛନ୍ନ ପରିଚ୍ଛନ୍ନତା, ଆଧାର ପଞ୍ଜୀକରଣ, ଦ୍ଵିତୀୟ ପର୍ଯ୍ୟାୟ ଗାରିମା ତାମ୍ର ଏବଂ ରୌପ୍ୟ ଆକଳନରେ ସମସ୍ତ ବ୍ଲକ କିପରି ଭଲ ପ୍ରଦର୍ଶନ କରିବେ, ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କର ନିରନ୍ତର ଉପସ୍ଥାନ କିପରି ଉନ୍ନତ କରାଯାଇପାରିବ, ଏ ସବୁଦିଗରେ ଯଥାବିଧି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମଣ୍ଡଳ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷା ସଂଯୋଜକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଣିକି ପ୍ରଧାନ ଶିକ୍ଷକ ମାନେ ବିଦ୍ୟାଳୟର ସମସ୍ତ ତଥ୍ୟ ନିଜେ କିପରି ପ୍ରତ୍ୟେକ ଦିନ ମୋବାଇଲ ଫୋନରେ ପ୍ରଦାନ କରିବେ ସେ ସମ୍ୱନ୍ଧରେ ଏକ ତାଲିମ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ SATH-Eର ଯୋଗ ଦେଇଥିବା ଶ୍ରୀମତୀ ପାଣିଗ୍ରାହୀ Extended -MIS ଉପରେ ଏକ ତାଲିମ ପ୍ରଦାନ କରିଥିଲେ । ଆଗାମୀ ମାସରେ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି