

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା ସ୍ତରୀୟ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ବ୍ରହ୍ମପୁର ବନଖଣ୍ଡ ତରଫରୁ ଗୋପାଳପୁର ବେଳାଭୂମିରେ ବନ୍ୟପ୍ରାଣୀ ଆଇନ ୧୯୭୨ରେ ତଫସିଲଭୁକ୍ତ କୋରାଲ, ଶାମୁକା ସାମୁଦ୍ରିକ ପଦାର୍ଥ କିଣାବିକା ନ କରିବା ପାଇଁ ଦୋକାନୀ ଓ ଗ୍ରାହକଙ୍କୁ ସଚେତନ କରାଯାଇଛି ଏବଂ ତତ୍ ସହିତ ପଲିଥିନ ଓ ପ୍ଲାଷ୍ଟିକ ଦ୍ଵାରା ବେଳାଭୂମିରେ ହେଉଥିବା ପରିବେଶ ପ୍ରଦୂଷଣ ବିଷୟରେ ଏକ ରାଲି ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଛି । ଏହି ଅଭିଯାନକୁ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ଉଦ୍ଘାଟନ କରିଥିଲେ । ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଅଶୋକ କୁମାର ବେହେରା ସହକାରୀ ବନ ସଂରକ୍ଷକ ବ୍ରହ୍ମପୁର ବନଖଣ୍ଡ, ଜେଡଏସଆଇ ମୁଖ୍ୟ ଡ଼. ଅନିଲ ମହାପାତ୍ର, ଗଞ୍ଜାମ ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୂଳପଣି ଶତପଥୀ, ରବୀନ୍ଦ୍ର ସାହୁ, ବନ୍ୟପ୍ରାଣୀ ଗବେଷକ ଚନ୍ଦନ ଜIନି, ମାଗତା ବେହେରା । ବ୍ରହ୍ମପୁର ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀ, ବାନପଲ ଓ ବନରକ୍ଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
