ରାୟଗଡା (ସମୃଦ୍ଧ ଓଡିଶା) ଜିଷ୍ଟ ଇଂଜିନିୟରିଂ କଲେଜ ତରଫରୁ ଜାତୀୟ ବିଜ୍ଞାନ ଦିବସ ଏବଂ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ୧୦ଟି ସ୍କୁଲ ଏବଂ କଲେଜ ଭାଗ ନେଇ ୩୦ ଗୋଟି ପ୍ରୋଜେକ୍ଟ ବିବରଣୀ ଦେବା ସହ ବିଜ୍ଞାନର କୌଶଳ ଦେଖାଇଥିଲେ ଏବଂ ଶେଷରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା । ଏହି ମେଳାରେ ଡ଼ାଇରେକ୍ଟର ଗୋବିନ୍ଦ ପ୍ରସାଦ ରଥ, ମୁଖ୍ୟ ଅତିଥି ରୂପେ ସାଉଥକୋ ସୁଶାନ୍ତ କୁମାର ମହାନ୍ତି ଏବଂ ଉମାକାନ୍ତ ନନ୍ଦ, ରାୟଗଡା କଲେଜର ଅବସର ପ୍ରାପ୍ତ ଲେକ୍ଚର ପ୍ରମୁଖ ଯୋଗ ଦେଇଥିଲେ । ଏହି ମେଳାରେ ଭାଗନେଇଥିବା ସ୍କୁଲ କଲେଜ ମଧ୍ୟରୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ, ଯୁପିଟର ସାଇନ୍ସ କଲେଜ ଏବଂ ଯୁପିଟର ସ୍କୁଲର ଛାତ୍ରଛାତ୍ରୀ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଫେସର କାଳୀ ପ୍ରସାଦ ଆଚାର୍ଯ୍ୟ, ପ୍ରଫେସର ବଦଳ ଆଚାର୍ଯ୍ୟ ଉଭୟ ବିଟେକ, ଡିପ୍ଲୋମାର ପ୍ରିନ୍ସପାଲ, ପ୍ରଫେସର ଶ୍ରୀନିବାସ ପଟ୍ଟନାୟକ ଭାଇସ ପ୍ରିନ୍ସପାଲ, ଗୌତମ ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ, ଶରତ ମହାପାତ୍ର କନିଷ୍ଠ ପ୍ରାଶନିକ ଅଧିକାରୀ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ