ଜୀବନବିନ୍ଦୁ ଓ ବିଜୁ ଯୁବବାହିନୀ ପକ୍ଷରୁ ରକ୍ତଦାନ ଶିବିର : ୫୯ୟୁନିଟ୍ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ରାଇବଣିଆ ଥାନା ଅନ୍ତର୍ଗତ ଶାଳବଣି ସ୍ୱାସ୍ଥ୍ୟକେନ୍ଦ୍ରଠାରେ ବରଡିହା ପଞ୍ଚାୟତର ବିଜୁ ଯୁବବାହିନୀ ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମର କର୍ମକର୍ତ୍ତାଙ୍କ ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦ୍‌ଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ନିର୍ବାଚନ ମଣ୍ଡଳୀ ଜୀବନବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ମଧୁସୂଦନ ସେନାପତି, ବିଡିଓ ଦିପ୍ତିରଂଜନ ସେଠୀ, ବ୍ଲକ ଯୁବବାହିନୀ ସଂଯୋଜକ କାଳିଚରଣ ଦାସ, ଅଜୟ ମହାନ୍ତି, ସରପଞ୍ଚ ପାର୍ବତୀ ବେହେରା, ଜଗନ୍ନାଥ ଦଳେଇ, ମନିନ୍ଦ୍ର ଧର, ଅଜୟ କୁମାର ଦଳାଇ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ୫୯ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏଥିରେ ଡା. ମହେଶ ବିଶ୍ୱାଳ ରକ୍ତଦାନ କରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ଆଦିବାସୀ ବହୁଳ ଅଂଚଳରେ ରକ୍ତଦାନର ସଚେତନତା ବୃଦ୍ଧିପାଇଥିବା ସଂପର୍କରେ ବିଧାୟକ କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା